ଭୁବନେଶ୍ବର: ରାଜ୍ୟର ଆଦିବାସୀ ଆବାସିକ ହଷ୍ଟେଲରେ ବଢିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଏହି ସଂଖ୍ୟା ଗତ ଆଠ ମାସରେ ୨୬ ରେ ପହଁଚିଛି । ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ନେଇ  ଏସ୍‌ସି ଏସ୍‌ଟି ବିକାଶ  ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ପ୍ରଦାନ କରିଛନ୍ତି।

Advertisment

ମୃତ ୨୬ ଜଣଙ୍କ ମଧ୍ୟରୁ ୬ ଜଣ ନିଜ ଜୀବନ ନେଇଥିଲେ। ଅନ୍ୟ ୨୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।

ରାଜ୍ୟର ରାୟଗଡା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୩ ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି

ପୂର୍ବରୁ ରାୟଗଡାରେ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧା ପାଇବାରୁ ବଞ୍ଚିତ ହେଉଥିବାର ଖବର ରହିଛି । ସେମାନଙ୍କର ପାଠପଢା କ୍ଷେତ୍ରରେ  ସମସ୍ୟାର ଖବର ମଧ୍ୟ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ଆସନ୍ତା ୯ରୁ ୧୫ ତାରିଖ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ