ଭୁବନେଶ୍ୱର: ନିଜ ଦେଶ ଭୁଟାନକୁ ଫେରିଲେ ଓଡ଼ିଶାରେ ଫସି ରହିଥିବା ପର୍ଯ୍ୟଟକ | ଓଡ଼ିଶାରେ ଥିବା ଏହି ଭୁଟାନର ପର୍ଯ୍ୟଟକମାନେ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଯାଇଛନ୍ତି | ରୟାଲ ଭୁଟାନ ଏୟାରଲାଇନସର ଏକ ସ୍ୱତନ୍ତ୍ର ବିମାନ ଡ୍ରକଏୟାର ଭୁଟାନର ପାରୋରୁ ବାଙ୍ଗାଲୋର ଅଭିମୁଖେ ଯାଇଥିଲା |
/sambad/media/post_attachments/wp-content/uploads/2020/04/c2c62598-1e11-49c3-a662-e2e464683b20-1024x768.jpg)
ସେଠାରେ ଥିବା କିଛି ପର୍ଯ୍ୟଟକଙ୍କୁ ଆଣିବା ପରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରିଥିଲା | ଏହି ବିମାନରେ ଓଡ଼ିଶାରେ ଫସିଥିବା ୨୬ ଜଣ ପର୍ଯ୍ୟଟକ ଭୁଟାନର ପାରୋ ସହର ଅଭିମୁଖେ ଯାଇଛନ୍ତି |
ଆଜି ଦିନ ୨ଟା ବେଳେ ଏହି ପର୍ଯ୍ୟଟକମାନେ ନିଜ ଦେଶକୁ ଫେରିଛନ୍ତି | ତେବେ ପର୍ଯ୍ୟଟକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଥିଲା |ଏଠାରେ ସୂଚନା ଥାଉ କି ଦେଶରେ ଏବେ ଅନ୍ତର୍ଜାତୀୟ ବିମାନ ଉଡାଣକୁ ମେ ୩ ତାରିଖ ଯାଏଁ ବାତିଲ କରାଯାଇଥିବାବେଳେ ଭୁଟାନ ପକ୍ଷରୁ ଏହାର ନାଗରିକମାନଙ୍କୁ ମୁକୁଳାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ଭାରତର ବିଭିନ୍ନ ସ୍ଥାନରେ ଫସିଥିବା ପର୍ଯ୍ୟଟକଙ୍କୁ ମୁକୁଳାଇବା ପାଇଁ ଭୁଟାନ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଥିଲା | ଏହା ପରେ ଡ୍ରକଏୟାର ପକ୍ଷରୁ ପର୍ଯ୍ୟଟକଙ୍କୁ ନିଜ ଦେଶକୁ ଫେରାଇ ନିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/11f3d564-5218-4cf7-8382-c2f251535243.jpg)