ବାତ୍ୟା ପାଇଁ ୨୬ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୬ ଓ ୨୭ ତାରିଖ ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୨୬ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ୨୬ ତାରିଖ ପାଇଁ ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍‌(୦୮୪୬୩), ଭୁବନେଶ୍ବରରୁ-ଯଶବନ୍ତପୁର ଟ୍ରେନ୍‌(୦୨୮୪୫), ଭୁବନେଶ୍ବର-ବିଶାଖାପାଟଣା(୦୮୯୬୯), ବିଶାଖାପାଟଣା-ଭୁବନେଶ୍ବର(୦୮୫୭୦), ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଟ୍ରେନ୍‌(୦୭୦୧୫), ଭୁବନେଶ୍ବର-ତିରୁପତି(୦୨୦୭୧), ପୁରୀ-ଗୁଣୁପୁର(୦୮୪୧୭), ପୁରୀ ଚେନ୍ନାଇ ସେଣ୍ଟ୍ରାଲ(୦୨୮୫୯), ଗୁଣୁପୁର-ବିଶାଖାପାଟଣା(୦୮୫୨୧), ବିଶାଖାପାଟଣା-ଗୁଣୁପୁର(୦୮୫୨୨) ବାତିଲ୍‌ ହୋଇଛି। ସେହିପରି ଭୁବନେଶ୍ବର-ପଲାସା(୦୮୪୩୩), ବିଶାଖାପାଟଣା-ଟାଟା(୦୮୫୭୨), ବିଶାଖାପାଟଣା-କୋର୍ବା(୦୮୫୧୮), କୋର୍ବା-ବିଶାଖାପାଟଣା(୦୮୫୧୭), ସମ୍ବଲପୁର-ନାନ୍ଦେଡ୍‌(୦୨୦୮୫), ରାୟପୁର-ବିଶାଖାପାଟଣା(୦୮୫୨୭), ବିଶାଖାପାଟଣା-ରାୟପୁର(୦୮୫୨୮), ବିଶାଖାପାଟଣା-ରାୟଗଡ଼ା(୦୮୫୦୮), ରାୟଗଡ଼ା-ଗୁଣ୍ଟୁର(୦୭୨୪୪) ମଧ୍ୟ ବାତିଲ୍‌ ହୋଇଛି। ୨୭ ତାରିଖ ପାଇଁ ତିରୁପତି-ଭୁବନେଶ୍ବର(୦୨୦୭୨), ଗୁଣୁପୁର-ପୁରୀ(୦୮୪୧୮), ଚେନ୍ନାଇ-ପୁରୀ(୦୨୮୬୦), ପଲାସା-ଭୁବନେଶ୍ବର(୦୮୪୩୪), ଟାଟା-ବିଶାଖାପାଟଣା(୦୮୫୭୧), ନାନ୍ଦେଡ୍‌-ସମ୍ବଲପୁର(୦୨୦୮୬) ଓ ରାୟଗଡ଼ା-ବିଶାଖାପାଟଣା (୦୮୫୦୭) ବାତିଲ୍‌ ବାତିଲ୍‌ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ୨୬ ତାରିଖ ପାଇଁ ପୁରୀ-ଓଖା ସ୍ବତନ୍ତ୍ର ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇଛି। ଏହା ଅନୁଗୁଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି-ବଲ୍ଲାହାର୍ସା ଦେଇ ଚଳାଚଳ କରିବ। ହାଓଡ଼ା-ଯଶବନ୍ତପୁର, ହାଓଡ଼ା-ଭାସ୍‌କୋ, ହାଓଡ଼ା-ଚେନ୍ନାଇ, ନ୍ୟୁ ତିନ୍‌ଶୁଖିଆ-ବେଙ୍ଗାଲୁରୁ ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇପାରେ। ଏହାବ୍ୟତୀତ ୫ଟି ଟ୍ରେନ୍‌ର ସମୟ ସାରଣୀରେ ପରିବର୍ତନ ହୋଇଛି। ପରିସ୍ଥିତିକୁ ନଜରରେ ରଖି ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟ ଦେଇ ୨୫ ଓ ୨୬ ତାରିଖରେ ଚଳାଚଳ କରିବାକୁ ଥିବା ୧୧ଟି ଟ୍ରେନ୍‌ ଉପରେ ନଜର ରଖାଯାଇଛି। ବାତ୍ୟାର ପବନ ବେଗକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପାଟ୍ରୋଲି ବଢ଼ାଯିବା ସହ ପ୍ରବଳ ବର୍ଷା ଯୋଗୁଁ ରେଲ ଲାଇନ୍‌ ମରାମତି ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର