୧୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ୪୭ ହଜାର ଜବତ, ଜଣେ ଗିରଫ

ପୁରୀ: ସଦର ପୁଲିସର ଏକ ଟିମ୍‌ ଆଜି ଅତର୍କିତ ଭାବେ ଚଢ଼ଉ କରି ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୪୭ ହଜାର ଟଙ୍କା ଜବତ କରିଛି। ଏଥି ସହିତ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ବକ୍ତି ଜଣକ ହେଲା ରବୀନ୍ଦ୍ର ନାଥ ବାରିକ (୫୨)।

ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସଦର ଆଇଆଇସି ଏସ୍‌କେ ବେହେରା ପୁଲିସ ଟିମ୍‌ ନେଇ ମାଳତିପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଅରଗୁଳ ଗାଁର ରବୀନ୍ଦ୍ର ନାଥ ଠାରୁ ପୁଲିସକୁ ୨୬୧ ଗ୍ରାମ୍‌ର ସୁନା ଅଳଙ୍କାର, ନଗଦ ୪୭ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର