ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଆଜି ୨୬୪ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ୨ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରିଛି।
ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହଙ୍କ ସୂଚନାନୁସାରେ, ପୁଲିସ ଆଜି ଅପରାହ୍ଣରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ଚଢ଼ଉ କରିଥିଲା। ଚଢ଼ଉରେ ପେଷାଦାର ଅପରାଧୀ ଓ ବ୍ରାଉନ୍ସୁଗାର ବେପାରୀ ସୁଶାନ୍ତ ମାଝି ଓରଫ ବେଳିଆ (୩୨) ଓ ସାରଥି ନାୟକ (୩୨)ଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଗୋଟିଏ ଦାମୀ କେଟିଏମ୍ ମୋଟରସାଇକଲ, ବ୍ରାଉନ୍ ସୁଗାର ବିକ୍ରି ବାବଦକୁ ରଖିଥିବା ୪୧ ହଜାର ଟଙ୍କା, ୨୬୪ ଗ୍ରାମ ବ୍ରାଉନ୍ସୁଗାର, ପ୍ୟାକଟ୍ ପ୍ରସ୍ତୁତ କରିବା ସାମଗ୍ରୀ, ଓଜନ କରିବା ନିକିତି ଆଦି ଜବତ କରିଛି ଏନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ବେଆଇନ ନିଶା କାରବାର ନିଷେଧ ଆଇନର ଦଫାରେ ୪୪୪/୨୦୨୦ରେ ମାମଲା ରୁଜୁ କରାଯାଇଛି। ଆଜି ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସନ୍ତାକାଲି ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ଙ୍କ ଠାରେ ହାଜର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/brown-sugar.jpg)