ବିଜାତଳା: ଜଳାଶୟ ନା ଜଙ୍ଗଲ ସ୍ପଷ୍ଟ ବାରି ହେଉନି । ବର୍ତ୍ତମାନ ଖରାଦିନ,ଗାଁ ହେଉ କି ସହର ସବୁସ୍ଥାନରେ ପାନୀୟ ଜଳ ହେଉ ଅବା ଅନ୍ୟ ବ୍ୟବହାର ପାଇଁ ଜଳାଭାବ ଦେଖାଦେଉଛି । ସବୁଠି ଜଳ ସମସ୍ୟା ଦେଖାଦେଉଛି । ପୂର୍ବରୁ ଗାଁ ଏବଂ ସହରର ଜଳାଶୟ ଗୁଡିକ ଯୋଗୁ ଜଳ ସମସ୍ୟାରୁ ମୁକ୍ତି ମିଳୁଥିଲା ।
ତେବେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ୍ର ଅଧିକାଂଶ ଜଳାଶୟ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ବେଳେ କିଛି ଜଳାଶୟ ପୁନଃରୁଦ୍ଧାର ଆଳରେ ଶୁଖିଲା ରହିଛି । କିଛି ଜଳାଶୟକୁ ପୁନଃଉଦ୍ଧାର ପାଇଁ ମେସିନ୍ ସାହାର୍ଯ୍ୟରେ ପାଣିକୁ କାଢି ଦିଆଯାଉଛି। ଅନ୍ୟକେଉଁଠି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ପାଇଁ କେବଳ ସୂଚନା ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଉଠାଯାଉଛି ।
ନିଜର ସ୍ୱାର୍ଥ ପାଇଁ ଜେସିବି ସାହାର୍ଯ୍ୟରେ ଜଳାଶୟ ଗୁଡିକୁ ଖୋଳି ସଫା କରାଯାଉଛି । ତେବେ ଅଧିକାଂଶ ଠିକାଦାର ଅଧିକ ଲାଭ ପାଇବା ଆଶାରେ ନୂତନ ପୋଖରୀ ଖୋଳିବା କାର୍ଯ୍ୟ ଓ ପୁନଃରୁଦ୍ଧାର କାର୍ଯ୍ୟ ଉପରେ ଦୃଷ୍ଟି ପକାଉଛନ୍ତି । ସେମାନେ ଅଳ୍ପ କାର୍ଯ୍ୟ କରି ଅଧିକ ବିଲ୍ ଉଠାଇ ଲାଭବାନ୍ ବି ହେଉଛନ୍ତି ।
ବିଜାତଳା ବ୍ଲକ୍ର ଅଧିକାଂଶ ଆଦିବାସୀ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକେ ବସବାସ କରନ୍ତି । ତାଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାର ଯୋଗାଇବା ଉଦ୍ଦେଶ୍ୟ ନେଇ ପ୍ରତ୍ୟେକ ବ୍ଲକ୍କୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଛି । ମାତ୍ର କାର୍ଯ୍ୟ ଗୁଡିକ ତଦାରଖ କରୁଥିବା ଅଧିକାରୀ ସାମୁହିକ ସ୍ୱାର୍ଥକୁ ବିଚାର ନକରି ନିଜସ୍ୱ ସ୍ୱାର୍ଥକୁ ବେଶି ଗୁରୁତ୍ୱ ପ୍ରଦାନ କରୁଥିବା ଅଭିଯୋଗ ହେଉଛି ।
ସେଥିପାଇଁ ପାରମ୍ପରିକ କାର୍ଯ୍ୟ ନିମନ୍ତେ ଥିବା ଜଳଉତ୍ସଗୁଡିକ ଲୋପ ପାଇବାକୁ ବସିଲାଣି। ଖରା ବଢିବା ଯୋଗୁ ଆଗାମୀ ଦିନରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବା ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ବ୍ଲକ୍ରେ ହେଉଥିବା ଅନିୟମିତତା କାର୍ଯ୍ୟ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ତେବେ ବିଜାତଳା ବ୍ଲକ୍ର ନୁଷାଡିହି,ବଡଝରଣ ଓ ଖନ୍ତ ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ଗ୍ରାମ ହଜାର ହଜାର ଲୋକେ ଚାଷ କାର୍ଯ୍ୟ,ଗାଧୁଆ ସମେତ ଅନ୍ୟାନ୍ୟ ନିତ୍ୟକ୍ରମ ପାଇଁ ବ୍ୟବହାର କରୁଥିଲେ ।
ଅଧିକ ପଢ଼ନ୍ତୁ: ମହାଶିବରାତ୍ରି: ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ'ମହାଦୀପ'
ପୂର୍ବରୁ ଏହି ବନ୍ଧରେ ଟୁସୁ ଭସା ଓ ଅନ୍ୟାନ୍ୟ ପୂଜା କାର୍ଯ୍ୟ କରାଯାଉଥିଲା। ହେଲେ ଏବେ ତାହା କେବଳ ପଙ୍କ,ଘାସ ଓ ଅନାବନା ବୁଦାରେ ପରିପୂର୍ଣ୍ଣ ହୋଇଛି। ତେବେ ନୀଳସାଗର ପୋଖରୀ ରାଜାରାଜୁଳା ଅମଳରୁ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଥରେ ହେଲେ ମଧ୍ୟ ପୁନଃଉଦ୍ଧାର ହୋଇନାହିଁ ।
ଏବେ ଗ୍ରୀଷ୍ମଦିନ ଥିବାରୁ ଜନସାଧାରଣ ସମେତ ଗୋରୁ,ଗାଈ, ଛେଳି ସମେତ ଅନ୍ୟାନ ଗୃହପାଳିତ ପଶୁ ମଧ୍ୟ ଏହି ଜଳାଶୟ ଉପରେ ନିର୍ଭର କରୁଥିଲେ । ସୂଚନା ଯୋଗ୍ୟ ଯେ, ରାଜାବନ୍ଧଟି ୨୭ ଏକର ଜମିରେ ଅବସ୍ଥିତ । ଏହି ଅଞ୍ଚଳର ସବୁଠାରୁ ବଡ଼ ପୋଖରୀ ରାଜାବନ୍ଧ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ: ମହାକୁମ୍ଭକୁ ନେଇ ଲାଲୁ ଯାଦବଙ୍କୁ ଟାର୍ଗେଟ କଲେ ମୋଦୀ