ପାଣ୍ଡିଆନଙ୍କୁ ଭେଟିଲେ ୨୭ ସଂଗଠନ କର୍ମକର୍ତ୍ତା

ଭୁବନେଶ୍ବର: ୨୭ଟି ସଂଗଠନର କର୍ମକର୍ତ୍ତା ଆଜି ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ୫-ଟି ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ ଅଭିଯାନକୁ ସେମାନେ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି କହିଥିଲେ। ଗତ କିଛି ସପ୍ତାହ ହେଲା ରୂପାନ୍ତରଣ ଅଭିଯାନକୁ ବିଭିନ୍ନ ମହଲରୁ ସମର୍ଥନ ବଢ଼ିବାରେ ଲାଗିଛି। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଭିଜନ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରାଇବା ହିଁ ଆମର ଏକମାତ୍ର ଲକ୍ଷ୍ୟ। ଏଥି ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର