ଗତ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବଢ଼ିଛି

ଭୁବନେଶ୍ବର: ସଡ଼କ ସୁରକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲାର ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ପିନାକୀ ମିଶ୍ର, ପରିବହନ ବିଭାଗର ଅଧିକାରୀ , ମେଡ଼ିକାଲ ଷ୍ଟାଫ, ବରିଷ୍ଠ ପୁଲିସ ଅଧିକାରୀ ଓ ମେଡିକାଲ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଆଲୋଚନା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ ସ୍ପଟ୍ ବା ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି। ଅପରପକ୍ଷରେ, ପିତାପଲୀ, ପାହାଳ, ଆଚାର୍ଯ୍ୟ ବିହାର, ସତସଙ୍ଗ ବିହାର, ହଂସପାଳ ଛକ, ଏଜି ଛକରୁ ରାଜଭବନ, ରାମମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ଓ କଳିଙ୍ଗ ବିହାର ଛକର ତମାଣ୍ଡୋ ଛକକୁ ସବୁଠାରୁ ଅଧିକ ଦୁର୍ଘଟଣାପ୍ରବଣ ସ୍ଥାନ ବୋଲି ଅଭିହିତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବଢ଼ିଛି। ତେବେ ଲକଡାଉନରେ ୬୪ ପ୍ରତିଶତ ଦୁର୍ଘଟଣା କମିଥିଲା।

ସମ୍ବନ୍ଧିତ ଖବର