ହୀରାକୁଦ/ସମ୍ବଲପୁର : ଗତ ୨୧ ତାରିଖ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଏକ ରାଇସ୍ ମିଲ୍ରେ ପାଣି ପଶି ଯିବାରୁ ବହୁ ପରିପାଣରେ ଗଚ୍ଛିତ ଚାଉଳ ନଷ୍ଟ ହୋଇଥିବା ଜଣା ପଡ଼ିଛି। ପାଣି ପଶି ମିଲର ୨୭୦୦ କୁଇଣ୍ଟାଲ ଚାଉଳ ନଷ୍ଟ ହୋଇ ଯାଇଥିବା ମିଲ ମାଲିକ ଦାବି କରିଛନ୍ତି। ଗତ ୨୧ ତାରିଖ ରାତିରେ ସମ୍ବଲପୁର ମହାନଗର ଅଞ୍ଚଳରେ ରେକର୍ଡ ବର୍ଷା ହୋଇଥିଲା। ଏଥିରେ ରେମେଡ ବିହାରୀପଡ଼ାସ୍ଥିତ ଦିନା ରାଇସ୍ ମିଲ ଭିତରେ ପାଣି ପଶି ଯାଇଥିଲା। ମିଲ ଭିତରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚରେ ପାଣି ଭରି ଯାଇଥିବା ରାଇସ୍ ମିଲ୍ ପକ୍ଷରୁ କୁହା ଯାଇଛି। ସେଥିରେ ମିଲ୍ରେ ଥିବା ୨୭୦୦ କୁଇଣ୍ଟାଲ ଚାଉଳ ତିନ୍ତି ଯାଇଥିଲା। ପରେ ଚାଉଳ ଗୁଡ଼ିକ ଶଢ଼ି ଯିବାରୁ ଗୁରୁବାରଠାରୁ ମିଲ କର୍ତୃପକ୍ଷ ଉକ୍ତ ଚାଉଳ ଗୁଡ଼ିକ ଟ୍ରାକ୍ଟରରେ ଲଦି ହୀରାକୁଦ ଲରପଙ୍କ ସ୍ଥିତ ଏକ ଖାଲି ଜମିରେ ଫିଙ୍ଗିଥିଲେ। ଉକ୍ତ ଜମିରେ ବହୁ ପରିମାଣରେ ଶଢ଼ା ଚାଉଳ ଗଦା କରାଯାଇଛି। ତାହା ମିଲ ମାଲିକଙ୍କ ପରିଚିତ ଜଣେ ବନ୍ଧୁଙ୍କ ଜମି ଓ ତାଙ୍କ ଅନୁମତିରେ ସେଠାରେ ଚାଉଳ ଫିଙ୍ଗା ଯାଇଥିବା ମିଲ ପକ୍ଷରୁ କୁହାଯାଇଛି। ଶଢ଼ା ଚାଉଳ ଗୁଡ଼ିକ ବୁଲା ଗୋରୁ, କୁକୁର ଖାଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏତେ ପରିମାଣର ଚାଉଳ ଫିଙ୍ଗା ଯିବା ସଂପର୍କରେ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ଅପର ପକ୍ଷରେ ତାହା ମିଲ୍ର ଚାଉଳ ଓ ତାକୁ ଫିଙ୍ଗିବା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି ସିଏସ୍ଓ କହିଛନ୍ତି। ସେହିପରି ମିଲ୍ରେ ଏତେ ପରିମାଣର ଚାଉଳ ରଖା ଯାଇଥିଲାବେଳେ ତାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କାହିଁକି କରାଯାଇ ନଥିଲା ବୋଲି ମଧ୍ୟ ଚାଷୀ ମହଲରେ ଚର୍ଚ୍ଚା ହେଉଛି।
ଫୋପଡ଼ା ହେଲା ୨୭ ଶହ କ୍ୱିଣ୍ଟାଲ୍ ଚାଉଳ, ମିଲ୍ରେ ପାଣି ପଶିବା ଯୋଗୁଁ ନଷ୍ଟ ହୋଇଥିଲା
/sambad/media/post_attachments/wp-content/uploads/2018/08/rice.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)