କଣ୍ଟାପଡ଼ା/ଭୁବନେଶ୍ବର: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଏକ ସରକାରୀ କଲେଜର ୨୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ନେଇ କଲେଜ ପ୍ରିନ୍ସପାଲ ସୂଚନା ଦେଇଛନ୍ତି। କଲେଜରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଆଗାମୀ ୭ ଦିନ ପାଇଁ ପାଠପଢ଼ା ବନ୍ଦ ସହ ହଷ୍ଟେଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ଅଡ଼ସପୁରସ୍ଥିତ ଉଦୟନାଥ ମହାବିଦ୍ୟାଳୟରେ ଆଜି ପୁଣି ୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଓ ସୋମବାର ୨୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ମୋଟ ୨୭ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଠ ୭ ଜଣ ଛାତ୍ରଛାତ୍ରୀଙ୍କୁ କଲେଜର ଗେଷ୍ଟ ହାଉସ୍ରେ ରଖାଯାଇ ଚିକିତ୍ସା କରାଯାଉଛି। କଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ୭ ଦିନ ଯାଏଁ ପାଠପଢ଼ା ବନ୍ଦ ରଖାଯାଇଛି। ଏହାରି ମଧ୍ୟରେ କଲେଜ ଓ ହଷ୍ଟେଲ ପରିସରକୁ ସାନିଟାଇଜ୍ କରାଯିବ।
/sambad/media/post_attachments/wp-content/uploads/2022/07/ef640913-04f9-4842-a01a-1892f8f16b96-e1657201318181.jpg)
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଚାଲିଛି। ଆଜି ପୂରା ରାଜ୍ୟରୁ ୪୨୮ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ଜିଲ୍ଲାରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/14e8a2c3-0951-4ebe-95e6-1291404910e5.jpg)