ଭୁବନେଶ୍ବରରେ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଗତ କିଛିଦିନ ହେଲା ଦୈନିକ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ସହରରେ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୬୮ଟି କ୍ବାରାଣ୍ଟାଇନ ମାମଲା ଥିବାବେଳେ ୨୦୩ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ ୬୮ଟି ଯାକ କ୍ବାରାଣ୍ଟାଇନ ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ ।

 

ଆଜିର ୨୭୧ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୨୫,୭୩୫ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୩,୩୮୫ ରହିଛି ।  ସେହିପରି ସୋମବାରଦିନ  ଭୁବନେଶ୍ୱରରେ ୩୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୨୨,୨୧୦ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୧୧୯ ଛୁଇଁଛି  ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ଭୁବନେଶ୍ବରରେ ୨୯୦ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିଲା । ଏହା ସହିତ ୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର