ସେଲ୍‌ଟର୍‌ହୋମ୍‌ କେଳେଙ୍କାରୀ ଗୁଡ ନ୍ୟୁଜ୍‌ ଶାଖା ଉପରେ ଚଢ଼ାଉ

ଘରକୁ ଫେରିଲେ ୨୭୩ ଛାତ୍ରଛାତ୍ରୀ

ଛତ୍ରପୁର/ପାରଳାଖେମୁଣ୍ଡି: ଢେଙ୍କାନାଳ ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ ସେଲଟର ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପରେ ବିଭିନ୍ନ ସ୍ଥାନରେ ଥିବା ଏହାର ଶାଖା ଉପରେ ଚଢ଼ାଉ ହୋଇଛି। ଆଜି ଛତ୍ରପୁରଠାରେ ଥିବା ଶାଖାକୁ ସିଲ୍‌ କରାଯାଇଥିବାବେଳେ ଏହାର ପାରଳାଖେମୁଣ୍ଡିଠାରେ ଥିବା ଶାଖା ଉପରେ ମଧ୍ୟ ଚଢ଼ାଉ କରାଯାଇଛି। ଉଭୟ ଶାଖାରୁ ୨୭୩ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରର ଜିମା ଦିଆଯାଇଛି। ଛତ୍ରପୁର ବ୍ଲକ୍‌ ସାଇବଜେନାପଲ୍ଲୀଠାରେ ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆଠାରେ ଏକ ଶାଖା ରହିଛି।ଏହି ଶାଖା ଉପରେ ଦୁଇଦିନ ପୂର୍ବେ ଚଢ଼ଉ ହୋଇଥିଲା। ଗତକାଲି ଅନ୍ତେବାସୀଙ୍କ ଅଭିଭାବକଙ୍କ ସହ ଫୋନ୍‌ ଯୋଗେ ଆଲୋଚନା ପରେ ଶାଖା ଛାଡ଼ିଯିବା ପାଇଁ ୪୮ ଘଣ୍ଟାର ମହଲତ ଦିଆଯାଇଥିଲା। ତେବେ ୪୮ ଘଣ୍ଟା ନପୂରୁଣୁ ୪-୫ଜଣ ଅନ୍ତେବାସୀଙ୍କ ବ୍ୟତୀତ ଅନ୍ୟମାନଙ୍କ ଅଭିଭାବକ ଓ ପିତାମାତା ଆସି ସେମାନଙ୍କ ସନ୍ତାନମାନଙ୍କୁ ଘରକୁ ଫେରାଇ ନେଇଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାରେ ଚଢ଼ଉରେ ସେଲ୍ଟର ହୋମ୍‌ର ନଥିପତ୍ର ଯାଞ୍ଚ ପରେ ଏହା ବେଆଇନ ବୋଲି ଜଣାପଡ଼ିଥିଲା। ସେଠାରେ ଗଞ୍ଜାମ, କନ୍ଧମାଳ, ଗଜପତି ଓ ଅନ୍ୟାନ୍ୟ ଜିଲ୍ଲାର ୧୩୪ ଜଣ ଛାତ୍ରଛାତ୍ରୀ ରହୁଥିଲେ। ସେଥିରୁ ୮୦ ଜଣ ବାଳିକା ଓ ୫୪ ଜଣ ବାଳକ ଅନ୍ତେବାସୀ ା ସେହିଭଳି, ଗଜପତି ଜିଲ୍ଲା ପାରଳାଖେମୁଣ୍ତି ସ୍ଥିତ ବି.ସୀତାପୁର ଗ୍ରାମ ନିକଟରେ ଥିବା ଏହାର ଶାଖାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ବରେ ତନାଘନା କରାଯିବା ସହ ସେଠାରେ ରହୁଥିବା ୧୩୯ ଛାତ୍ରଛାତ୍ରୀଙ୍କୁ ଆଜି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ୨୦୧୩ ମସିହାରେ ସ˚ସ୍ଥା ତରଫରୁ ପଞ୍ଜୀକରଣ ପାଇଁ ଆବେଦନ କରା ଯାଇଥିଲା। ସେହିବର୍ଷ ହିଁ ସ˚ସ୍ଥା ପଞ୍ଜୀକୃତ ହୋଇଥିଲା। ସର୍ତ ମୁତାବକ ୩ ବର୍ଷ ଏହି ହଷ୍ଟେଲ ଚଳାଇବା ପାଇଁ ଅନୁମତି ମିଳିଥିଲା। ସ˚ସ୍ଥାର କାର୍ଯ୍ୟକାଳ ୨୦୧୬ ଅକ୍ଟୋବର ମାସରେ ସରିଥିଲା। କିନ୍ତୁ, ତା’ପରେ ଆଉ ପଞ୍ଜୀକରଣ ପାଇଁ ଆବେଦନ କରାଯାଇ ନାହିଁ। ସେମିତି ହୋମ୍ ପରିଚାଳିତ ହେଉଥିଲା। ଏଣୁ, ରାଜ୍ୟ ସରକାରଙ୍କ ନିୟମାବଳୀକୁ ଉଲଙ୍ଘନ କରି ଗତ ଦୁଇ ବର୍ଷ ଧରି କିପରି ହୋମ ପରିଚାଳିତ ହେଉଥିଲା ବୋଲି ପ୍ରଶ୍ନ ଉଠିଛି। ଆଶ୍ଚର୍ଯ୍ୟର ଘଟଣା – ହୋମ୍ ରେଜିଷ୍ଟାର ମୁତାବକୁ ଗତ ସେପ୍ଟମ୍ବର ୨୦୧୬ ମସିହାରୁ କୌଣସି ସରକାରୀ ଅଧିକାରୀ ଏହାର ତଦାରଖ ପାଇଁ ଯାଇନଥିବା ଶ୍ରୀ ସେଠୀ ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର