ଗ୍ରାମାଞ୍ଚଳରେ ଟ୍ୟାଙ୍କର ପାଣି ପାଇଁ ୨୭୫ ଲକ୍ଷ ଖର୍ଚ୍ଚ

ଭୁବନେଶ୍ବର : ରାଜ୍ୟରେ ଜଳକ୍ଲିଷ୍ଟ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା ତରଫରୁ ଟ୍ୟାଙ୍କର ପାଣିର ବ୍ୟବସ୍ଥା କରାଯାଇଛି। ଗତ ୩ବର୍ଷରେ ଏଥିପାଇଁ ୨୭୫.୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି, ୨୦୨୦-୨୧ରେ ୬୨ଟି ପଞ୍ଚାୟତ ପାଇଁ ୬୭.୮୭ଲକ୍ଷ ଖର୍ଚ୍ଚ ହୋଇଛି। ସେହିପରି ୨୦୨୧-୨୨ରେ ୬୭ଟି ଗ୍ରାମ ପଞ୍ଚାୟତ ପାଇଁ ୮୨.୦୪ଲକ୍ଷ, ୨୦୨୨-୨୩ରେ ୭୧ଟି ପଞ୍ଚାୟତ ପାଇଁ ୧୨୫.୭୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଟ୍ୟାଙ୍କର ପାଣି ଯୋଗାଣ ନାମରେ ମିଥ୍ୟା ବିଲ୍‌ କରାଯାଇଥିବା କୌଣସି ଅଭିଯୋଗ ସରକାରଙ୍କ ଦୃଷ୍ଟି ଗୋଚର ହୋଇନାହିଁ।

ସମ୍ବନ୍ଧିତ ଖବର