ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା: ୨୮ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନ ସମ୍ବନ୍ଧୀୟ ଘଟଣାରେ ଏଯାବତ୍ ୨୮ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ୧୨ଟି ବୁଥରେ ଦଶରଥପୁର ବ୍ଲକ ଅନ୍ତର୍ଗତ କନିକାପଡ଼ାର ପଞ୍ଚାୟତର ମତଦାନ ବିଭ୍ରାଟ ଓ ବୁଥରେ ବିଶୃଙ୍ଖଳା ଦେଖାଯାଇଥିଲା। ବିରିପଟା ପଞ୍ଚାୟତର ୧୪ ଓ ୧୫ ନମ୍ବର ବୁଥରେ ମତଦାନ ବେଳେ ହିଂସା ହୋଇଥିଲା। ସେହିପରି ଦଶରଥପୁର ପଞ୍ଚାୟତର ୩ ଓ ୯ ନମ୍ବର ବୁଥରେ ଗଣ୍ଡଗୋଳ ହୋଇଥିଲା। ମତଦାନ ପ୍ରକ୍ରିୟା ସମୟରେ ହିଂସା ବା ବ୍ୟାଘାତ ଘଟାଇଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ସ୍ପେସାଲ ମୋବାଇଲ ପାର୍ଟି ଗିରଫ କରିଥିଲା। ସେମାନଙ୍କୁ ଆଜି ମଙ୍ଗଳପୁର ପୁଲିସ ଥାନା ଦ୍ୱାରା କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।
ଏଣେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଚଢ଼ାଉରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଛତିଶିଦେବିଲି ଗ୍ରାମପଞ୍ଚାୟତରେ ମତଦାନ ପ୍ରକ୍ରିୟା ସମୟରେ ହିଂସା ବା ବ୍ୟାଘାତ ଘଟାଇଥିବା ଯାଜପୁର ସଦର ପୁଲିସ ଦ୍ୱାରା ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଏହାଛଡ଼ା ପ୍ରଥମ ପର୍ଯ୍ୟାୟରେ ଅରବଳା ଗ୍ରାମପଞ୍ଚାୟତରେ ହିଂସା ଘଟାଇଥିବା ୩ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଧର୍ମଶାଳା ସ୍ୱତନ୍ତ୍ର ଦଳ ଗିରଫ କରିଛି। ଆଜି ମୋଟ ୯ ଜଣଙ୍କୁ କୋର୍ଟକୁ ପଠାଯିବ।

ସମ୍ବନ୍ଧିତ ଖବର