୨୮ ଏଏସ୍‌ପିଙ୍କ ବଦଳି

କଟକ : ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୨ ଜଣ ଅଧିକାରୀଙ୍କ ସମେତ ପୁଲିସ ବିଭାଗର ୨୮ ଜଣ ଏଏସ୍‌ପିଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଶୋକ କୁମାର ପଣ୍ଡିତଙ୍କୁ ଗୁଇନ୍ଦା ବିଭାଗ, ସନ୍ତୋଷ କୁମାର ମିଶ୍ରଙ୍କୁ ଅନୁଗୁଳ, ପ୍ରଶାନ୍ତ କୁମାର ଦ୍ୱିବେଦିଙ୍କୁ ଭିଜିଲାନ୍ସ, ସୁବ୍ରତ ମହାନ୍ତିଙ୍କୁ ଗୁଇନ୍ଦା ବିଭାଗ, ବିନୟ କୃଷ୍ଣ କାମିଲାଙ୍କୁ ଆଇୟୁସିଏଡବ୍ଲୁ ଢେଙ୍କାନାଳ, ଅଶ୍ୱିନୀ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ, ଅରୁଣ କୁମାର ଜେନାଙ୍କୁ ଆଇୟୁସିଏଡବ୍ଲୁ କେନ୍ଦ୍ରାପଡା, ଦିଲ୍ଲୀପ କୁମାର ପୁରୋହିତଙ୍କୁ ଆଇୟୁସିଏଡବ୍ଲୁ ବଲାଙ୍ଗୀର, ଗୋପୀନାଥ ମଣିପାତ୍ରଙ୍କୁ ଆଇୟୁସିଏଡବ୍ଲୁ କଳାହାଣ୍ଡି, କୈଳାସ ଚନ୍ଦ୍ର ପରିଡାଙ୍କୁ ଭଦ୍ରକ, ସୀତରାମ ଶତପଥୀଙ୍କୁ କଟକ-ଭୁବନେଶ୍ୱର କମିସନରେଟ୍‌ ପୁଲିସ ଏଡିସିପି, ସୁବଳ ଚନ୍ଦ୍ର କରଙ୍କୁ ପୁଲିସ ମୁଖ୍ୟାଳୟ ଗ୍ରିଭାନ୍ସ ସେଲ୍‌ ଏସ୍‌ପି, ବିଶ୍ୱନାଥ ମିଶ୍ରଙ୍କୁ ଆଇୟୁସିଏଡବ୍ଲୁ ଜଗତସିଂହପୁର, ଓ୍ଵାଇ ଜଗନ୍ନାଥ ରାଓଙ୍କୁ ରାୟଗଡା, ରାଜକିଶୋର ପାଇକରାୟଙ୍କୁ କମିସନରେଟ୍‌ ପୁଲିସ ଏଡିସିପି, ବିଷ୍ଣୁ ଚରଣ ମିଶ୍ରଙ୍କୁ ପାରାଦୀପ, ଶାନ୍ତନୁ କୁମାର ଦାସଙ୍କୁ ଆଇୟୁସିଏଡବ୍ଲୁ ବ୍ରହ୍ମପୁର, ଉଦ୍ଧବ ଚରଣ ନାୟକଙ୍କୁ ଆଇୟୁସିଏଡବ୍ଲୁ କୋରାପୁଟ, ରବିନାରାୟଣ ବାରିକଙ୍କୁ ଆଇୟୁସିଏଡବ୍ଲୁ ସୁନ୍ଦରଗଡ, ରାଜେନ୍ଦ୍ର କୁମାର ରାଉତଙ୍କୁ ଗୁଇନ୍ଦା ବିଭାଗ, ପ୍ରମୋଦ କୁମାର ସାମନ୍ତରାୟଙ୍କୁ ଆଇୟୁସିଏଡବ୍ଲୁ ଖୋର୍ଦ୍ଧା, ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତିଙ୍କୁ ଆଇୟୁସିଏଡବ୍ଲୁ ପୁରୀ ବଦଳି କରାଯାଇଛି।

ଅନ୍ୟପଟେ ପୂର୍ବରୁ ଏଏସ୍‌ପି ଭାବେ କାର୍ଯ୍ୟରତ ବସନ୍ତ କୁମାର ପ୍ରଧାନଙ୍କୁ ଆଇୟୁସିଏଡବ୍ଲୁ ଅନୁଗୁଳ, ଅସିତ କୁମାର ମହାନ୍ତିଙ୍କୁ ଆଇୟୁସିଏଡବ୍ଲୁ ଯାଜପୁର, ନାରାୟଣ ମହାନ୍ତିଙ୍କୁ ରେଳବାଇ, ଅଶୋକ କୁମାର ସାହୁଙ୍କୁ ଆଇୟୁସିଏଡବ୍ଲୁ ରାୟଗଡ଼ା, ଅନିଲ କୁମାର ପାତ୍ରଙ୍କୁ ଭିଜିଲାନ୍ସ ଏବଂ ବ୍ରହ୍ମାନନ୍ଦ ଦଣ୍ଡପାଟଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର