ବୌଦ୍ଧରେ ଆଉ ୨୮ ପଜିଟିଭ୍‌, ସମ୍ବଲପୁରରେ ୨

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଦିନ ମୁଣ୍ଡ ବିନ୍ଧା ବଢ଼ାଇଦେଇଛି କରୋନା। ଗୋଟିଏ ଦିନରେ ହିଁ ୨୮ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତ ହରଭଙ୍ଗା ବ୍ଲକ୍‌ର ପ୍ରବାସୀ ଶ୍ରମିକ। ବାହାର ରାଜ୍ୟରୁ ଫେରିଥିବା ଏହି ଶ୍ରମିକମାନେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଥିଲେ। ଏହାଫଳରେ ଜିଲ୍ଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୩୩ରେ ପହଞ୍ଚିଛି।

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି, ଏହି ୨୮ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୨୦ଜଣ ଗୁଜୁରାଟରୁ, ୫ ଜଣ ଆନ୍ଧ୍ରପ୍ରଦେଶରୁ, ୨ ଜଣ ମହାରାଷ୍ଟ୍ରରୁ ଓ ଜଣେ ତେଲେଙ୍ଗାନାରୁ ଫେରିଥିଲେ। ଜିଲ୍ଲାକୁ ଫେରିବା ପରେ ବୀରନରସିଂହପୁର, ବାଣୀଭୂଷଣପୁର ଓ ଆଡ଼େଣୀଗଡ଼ ଆଦି ବିଭିନ୍ନ ପଞ୍ଚାୟତ ସ୍ତରରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର(ଟିଏମ୍‌ସି)ରେ ଥିଲେ। ସମସ୍ତ ସଂକ୍ରମିତଙ୍କୁ ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ବୁଧବାର ଠାରୁ ଏଠାରେ ଚିକିତ୍ସା ଆରମ୍ଭ କରାଯିବ ବୋଲି କୁହାଯାଇଛି।

ଆଜି ସକାଳେ ସମ୍ବଲପୁର ଜିଲ୍ଲାର ଦୁଇଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର