ବାତ୍ୟା ସମୟରେ କୋଭିଡ୍ ମୁକାବିଲା : ବାଲେଶ୍ବର, ଭଦ୍ରକକୁ ଗଲେ ୨୮ ଅତିରିକ୍ତ ଡାକ୍ତର 

ଭୁବନେଶ୍ବର :  ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ବର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟାବେଳେ କୋଭିଡ୍ ସୁପରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮ ଜଣ ଡାକ୍ତରଙ୍କୁ ପଠାଯ଼ାଇଛି । ଏହି ଡାକ୍ତରଙ୍କ ମଧ୍ୟରୁ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ ଇଣ୍ଟର୍ନ ଡାକ୍ତର ରହିଛନ୍ତି ।

୮ ଜଣ ପୋଷ୍ଟ ପିଜି ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଲେଖାଏଁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ଯ଼ିବେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯ଼ାଇଛି । ସେହିପରି ୨୦ ଜଣ ଇଣ୍ଟର୍ନ ଡାକ୍ତରମାନଙ୍କୁ ୧୦ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ୧୦ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯ଼ାଇଛି ।

ସୂଚନାଯ଼ୋଗ୍ୟ ଯ଼େ, ୟାସ୍ ବାତ୍ୟା ଭଦ୍ରକ କିମ୍ବା ବାଲେଶ୍ବରରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦୁଇଟି ଜିଲ୍ଲା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି ।  ବାତ୍ୟା ସମୟରେ ଏହି ଦୁଇଟି ଜିଲ୍ଲାରେ ଯ଼େପରି କୋଭିଡ୍ ସ୍ଥିତି ନ ବିଗିଡ଼େ ସେଥିପାଇଁ ଏସବୁ ଡାକ୍ତରମାନଙ୍କୁ ପଠାଯ଼ାଇଛି ।

 

ସମ୍ବନ୍ଧିତ ଖବର