ଭୁବନେଶ୍ବର : ରାଜ୍ୟ ସରକାର ୨ ନିର୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ(ବୈଷୟିକ) ଥିବା ଡା. ଉର୍ମିଳା ମିଶ୍ରଙ୍କୁ ରକ୍ତ ସଂଚାରଣ ନିର୍ଦେଶକ ଓ ଡା.ସନ୍ତୋଷ ସ୍ବାଇଁଙ୍କୁ ରାଉରକେଲା ଆରଜିଏଚ୍ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ନବରଙ୍ଗପରୁ ସିଡିଏମ୍ଓ ଭାବେ କାର୍ଯ୍ୟ କରୁଥିବା ଡା.ସ୍ବାଇଁଙ୍କୁ ରାଜ୍ୟ ସରକାର ପଦୋନ୍ନତି(ଏଡି-୧) ଦେବା ସହିତ ନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ତେବେ ଆରଜିଏଚ୍ର ନିର୍ଦେଶକ ଡା.ନୀଳକଣ୍ଠ ମିଶ୍ରଙ୍କୁ ଅତିରିକ୍ତ ସଚିବ(ବୈଷୟିକ) ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୨୮ଜଣ ଡାକ୍ତରଙ୍କ ବଦଳି କରାଯାଇଛି।
୨୮ ଡାକ୍ତରଙ୍କ ବଦଳି, ଡା.ଉର୍ମିଳା ମିଶ୍ର ରକ୍ତ ସଂଚାରଣ ଓ ଡା.ସନ୍ତୋଷ ସ୍ବାଇଁ ଆରଜିଏଚ୍ ନିର୍ଦେଶକ
/sambad/media/post_attachments/wp-content/uploads/2019/07/doctor-ndtv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)