୨୮ ଡାକ୍ତରଙ୍କ ବଦଳି, ଡା.ଉର୍ମିଳା ମିଶ୍ର ରକ୍ତ ସଂଚାରଣ ଓ ଡା.ସନ୍ତୋଷ ସ୍ବାଇଁ ଆରଜିଏଚ୍‌ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟ ସରକାର ୨ ନିର୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ(ବୈଷୟିକ) ଥିବା ଡା. ଉର୍ମିଳା ମିଶ୍ରଙ୍କୁ ରକ୍ତ ସଂଚାରଣ ନିର୍ଦେଶକ ଓ ଡା.ସନ୍ତୋଷ ସ୍ବାଇଁଙ୍କୁ ରାଉରକେଲା ଆରଜିଏଚ୍‌ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ନବରଙ୍ଗପରୁ ସିଡିଏମ୍‌ଓ ଭାବେ କାର୍ଯ୍ୟ କରୁଥିବା ଡା.ସ୍ବାଇଁଙ୍କୁ ରାଜ୍ୟ ସରକାର ପଦୋନ୍ନତି(ଏଡି-୧) ଦେବା ସହିତ ନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ତେବେ ଆରଜିଏଚ୍‌ର ନିର୍ଦେଶକ ଡା.ନୀଳକଣ୍ଠ ମିଶ୍ରଙ୍କୁ ଅତିରିକ୍ତ ସଚିବ(ବୈଷୟିକ) ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୨୮ଜଣ ଡାକ୍ତରଙ୍କ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର