କୋରାପୁଟ ଜିଲ୍ଲାରୁ ୨୮ ସଂକ୍ରମିତ ଚିହ୍ନଟ

କୋରାପୁଟ : ଜିଲ୍ଳାରେ କରୋନା ସଂକ୍ରମଣ ଆଜି ୩୦ ତଳେ ରହିଛି। ଜିଲ୍ଲାର ବିଭିନ୍ନ ଭାଗରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ଜିଲ୍ଲା ବାହାରୁ ଫେରିଛନ୍ତି। ୧୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୯ ଜଣ ସ୍ଥାନୀୟ ସଂକ୍ରମିତ। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଳାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୫୭ରେ ପହଞ୍ଚିଛି। ଅପରପକ୍ଷରେ ଜିଲ୍ଲାରେ ଆରୋଗ୍ୟ ହାର ଉଲ୍ଲେଖନୀୟ ରହିଥିବାରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି କମି ଚାଲିଛି। ଜିଲ୍ଲାରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ପାଖାପାଖି ରହିଛି। ଆଜି ମଧ୍ୟ କୌଣସି ସହର ଓ ବ୍ଲକରେ ସଂକ୍ରମଣ ୨ ଅଙ୍କ ଛୁଇଁନି।

ସୁନାବେଡା ସହର ଆଜି ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି। ଏହି ସହରରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋରାପୁଟ ସହରରୁ ୩ ଜଣ, ଜୟପୁର ସହରରୁ ଜଣେ ଓ କୋଟପାଡ ସହରରୁ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ବନ୍ଧୁଗାଁ ବ୍ଲକରୁ ଜଣେ, ବୈପାରିଗୁଡା ବ୍ଲକରୁ ୨ ଜଣ, ବୋରିଗୁମ୍ମା ବ୍ଲକରୁ ୪ ଜଣ, ଜୟପୁର ବ୍ଲକରୁ ଜଣେ, କୋରାପୁଟ ବ୍ଲକରୁ ୩ ଜଣ, କୋଟପାଡ ବ୍ଲକରୁ ଜଣେ, କୁନ୍ଦୁରା ବ୍ଲକରୁ ଜଣେ, ପଟାଙ୍ଗୀ ବ୍ଲକରୁ ୨ଜଣ ଓ ସେମିଳିଗୁଡା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ କୌଣସି ସହର କିମ୍ବା ବ୍ଲକରେ ସଂକ୍ରମଣ ଦୁଇ ଅଙ୍କ ଛୁଇଁନି। ଆଜିର ସଂକ୍ରମିତଙ୍କ ଭିତରେ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ରହିଛନ୍ତି।

କୋରାପୁଟ ପୌରାଞ୍ଚଳରେ ଚିହ୍ନଟ ୩ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ବ୍ୟାଙ୍କ କଲୋନୀରୁ। ଅନ୍ୟ ଜଣଙ୍କ ଢେପ ସାହିର ବୋଲି ଜଣାପଡିଛି। କୋରାପୁଟ ବ୍ଳକ ମାଥାଲପୁଟ ଗାଁରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ନିଘାମାନିଗୁଡାରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁନାବେଡାରୁ ଚିହ୍ନଟ ୪ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ହାଲ ଟାଉନସିପର। ଚିକାପାରରୁ ଜଣେ ସଂକ୍ରମିତ ହୋଇଛନ୍ତି। ସେମିଳିଗୁଡା ବ୍ଲକ ଭେଜାଗୁଡା ଗାଁରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି।

ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭୪୫୭ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରୁ ଆଜି ପର୍ଯ୍ୟନ୍ତ ୧,୧୬,୫୦୯ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ ୧,୧୬,୧୮୧ଜଣଙ୍କର ରିପୋର୍ଟ ପ୍ରଶାସନ ପାଖରେ ପହଞ୍ଚିଛି। ୭୪୫୭ ଜଣଙ୍କର କୋଭିଡ ପଜିଟିଭ ରହିଛି। ଏମାନଙ୍କ ଭିତରୁ ୭୧୪୪ଜଣ କରୋନାରୁ ଆରୋଗ୍ୟ ଲାଭ କରି ସାରିଲେଣି। ଏ ଭିତରେ ଜିଲ୍ଳାରୁ କୋଭିଡରେ ୧୩ ଜଣଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି।

ସମ୍ବନ୍ଧିତ ଖବର