ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ରାଣୀବେଡ଼ା ମହାପାଟ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର ୨୮ ଜଣ ଛାତ୍ର ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଅନ୍ୟ ୨୩ ଜଣଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ୪ ଜଣ ଛାତ୍ର ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ନବମ ଶ୍ରେଣୀର ଜିତେନ୍ଦ୍ର ଜୁଆଙ୍ଗ, ଓମ୍ପ୍ରକାଶ ସାହୁ, ପ୍ରକାଶ କୁମାର ନାୟକ ଓ ଦଶମ ଶ୍ରେଣୀର ସୌମ୍ୟବ୍ରତ ମହାନ୍ତ। ଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରୀତିଶ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଦୂଷିତ ପାନୀୟ ଜଳ କିମ୍ବା ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଥିଲେ ହେଁ ପ୍ରଧାନଶିକ୍ଷକ ଘନଶ୍ୟାମ ମହାନ୍ତ ଏହାକୁ ଖଣ୍ଡନ କରିଛନ୍ତି।
କେନ୍ଦୁଝର ଜିଲ୍ଲାର ରାଣୀବେଡ଼ା ମହାପାଟ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି: ୨୮ ଛାତ୍ର ଆକ୍ରାନ୍ତ
/sambad/media/post_attachments/wp-content/uploads/2019/11/telkoi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)