ଓଡ଼ିଶାରୁ ଗଲାଣି ୨୮୭୯ ଟନ୍ ଅମ୍ଳଜାନ

କଟକ : ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୫୩ ଟ୍ୟାଙ୍କର ଯୋଗେ ୨୮୭୯.୦୮୨ଟନରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲ‌‌ା, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅନୁଗୁଳ ଜିଲ୍ଲାରୁ ୨୧ଟି ଟ୍ୟାଙ୍କର ଯୋଗେ ୩୪୨.୮୨ ଟନ୍, ଢେଙ୍କାନାଳ ଜିଲ୍ଲାରୁ ୨୮ଟି ଟ୍ୟାଙ୍କର‌ ଯୋଗେ ଯାଜପୁର ଜିଲ୍ଲାକୁ ୪୩ଟି ଟ୍ୟାଙ୍କର ଯୋଗେ ୮୯୫.୬୭ ଟନ୍. ଓ ରାଉରକେଲାକୁ ୬୧ଟି ଟ୍ୟାଙ୍କର ଯୋଗେ ୧୧୮୬.୯୦୨ ଟନ୍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୪୯ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୦୩୫.୩୬ ଟନ୍, ୪୧ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୭୦୨.୪୩୯ ଟନ୍, ତାମିଲନାଡୁ ୩ଟି ଟ୍ୟାଙ୍କର ଯୋଗେ ୫୩.୪୬ ଟନ୍, ହରିୟାଣାକୁ ୧୩ଟି ଟ୍ୟାଙ୍କରରେ ୨୯୭.୬୬୨ ଟନ୍, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୦୬ ଟନ୍, ଛତିଶଗଡକୁ ୮ଟି ଟ୍ୟାଙ୍କରରେ ୧୨୧.୩୨୧ ଟନ୍, ଉତ୍ତରପ୍ରଦେଶକୁ ୧୩ଟି ଟ୍ୟାଙ୍କର ଯୋଗେ ୨୩୮.୪୩ ଟନ୍, ୨୦ଟି ଟ୍ୟାଙ୍କର ଯୋଗେ ୩୧୮.୩୫ ଟନ୍ ଅମ୍ଳଜାନ ମଧ୍ୟପ୍ରଦେଶକୁ ଯୋଗାଣ କରାଯାଇଛି।

ସମ୍ବନ୍ଧିତ ଖବର