ଭୁବନେଶ୍ବର: ଆଜି ବି ରାଜ୍ୟରେ ୩ ଶହ ତଳେ ରହିଛି ଦୈନିକ କରୋନା ସଂକ୍ରମଣ। ଗତକାଲି ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୬, ବରଗଡ଼ରୁ ୯, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୧ ଜଣ, ବୌଦ୍ଧରୁ ୧୨, କଟକରୁ ୨୫ ଜଣ, ଦେବଗଡ଼ରୁ ୨ ଜଣ, ଗଜପତିରୁ ୧ ଜଣ, ଜଗତସିଂହପୁରୁ ୩, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦୁଝରରୁ ୪ , ଖୋର୍ଦ୍ଧା ଜିଲ୍ଲାରୁ ୬୦, କୋରାପୁଟ ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୧୦, ପୁରୀରୁ ୯ ଜଣ, ସମ୍ବଲପୁରରୁ ୧୧ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୬, ୬୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୫, ୪୫୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୯୮୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।