ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୯ ଜଣ ପାଇବେ ପୁଲିସ ସେବା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ
ଭୁବନେଶ୍ୱର : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨୯ ଜଣ ପୁଲିସ କର୍ମଚାରୀ ୩ଟି ବର୍ଗରେ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ମନୋନୀତ ପୁଲିସ କର୍ମଚାରୀଙ୍କ ତାଲିକା ପ୍ରକାଶ ପାଇଛି। ଏହି ୨୯ ଜଣଙ୍କ ମଧ୍ୟରୁ ୨ ଜଣ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବାକୁ ଥିବା ବେଳେ ୧୬ ଜଣ ପୁଲିସ ସାହସିକତା ପଦକ ଓ ୧୧ ଜଣ ଉଲ୍ଲେଖନୀୟ ପୁଲିସ ସେବା ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରପତି ପଦକ ପାଇବାକୁ ମନୋନୀତ ହୋଇଥିବା ଦୁଇଜଣ ପୁଲିସ ଅଧିକାରୀ ହେଲେ ଅତିିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର.ପି.କୋଚେ ଓ କଟକସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଅବସ୍ଥାପିତ ପୁଲିସ ଏଏସଆଇ ମନୋରଞ୍ଜନ ସାମଲ ।
ସାହସିକତା ପଦକ ପାଇଥିବା ପୁଲିସ କର୍ମଚାରୀଙ୍କ ତାଲିକା ନିମ୍ନରେ ଦିଆଗଲା
ସେହିପରି ଉଲ୍ଲେଖନୀୟ ପୁଲିସ ସେବା ପଦକ ପାଇବାକୁ ମନୋନୀତ ହୋଇଥିବା ପୁଲିସ କର୍ମଚାରୀମାନେ ହେଲେ ବିଶ୍ୱନାଥ ମିଶ୍ର (ଏଏସପି ଜଗତସିଂପୁର),ବାଳକୃଷ୍ଣ ନନ୍ଦ ( କମାଣ୍ଡାଣ୍ଟ,ବିଟିଆଇ ବୁର୍ଲା), ବିକାଶ ରଞ୍ଜନ ବେହୁରା (ଡିଏସପି,ସିଆଇଡି,କଟକ),ସୁଶାନ୍ତ କୁମାର ବିଶ୍ୱାଳ(ଡିଏସପି, ଭିଜିଲାନ୍ସ, ମାଲକାନଗିରି), ଆଶିଷ କୁମାର ମିଶ୍ର (ଇନ୍ସପେକ୍ଟର, କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର), ଦିବାକର ସାମନ୍ତସିଂହାର(ସବଇନ୍ସପେକ୍ଟର,ଭିଜିଲାନ୍ସ,ଭୁବନେଶ୍ୱର),ଶାନ୍ତନୁ କୁମାର ଦାଶ (ଏଏସଆଇ,ଭୁବନେଶ୍ୱର), ପ୍ରଣବ କୁମାର ନାୟକ (ଏଏସଆଇ, ଭିଜିଲାନ୍ସ କଟକ) ଏବଂ ହାବିଲଦାର ଚିତ୍ତରଞ୍ଜନ ରଥ, କନଷ୍ଟେବଲ ନରେନ୍ଦ୍ର କୁମାର ରାଉତ ଓ କନଷ୍ଟେବଲ ଏସ.କେ.ଦାଉଦ ।