ଭୁବନେଶ୍ବର: ରାଜ୍ୟରେ ଏବେ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହୋଇ ଗତି କରୁଛି। ଏଭିଳି ସ୍ଥିତିରେ ନୂଆପଡା ଜିଲ୍ଲା ଚିନ୍ତା ବଢ଼ାଇଛି । ଜିଲ୍ଲାରୁ ଆଜି ଏକାଥରକେ ୩୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସିନାପାଲି ବ୍ରାହ୍ମଣପଡା ଗାଁରୁ କେବଳ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରୁ ଗୋଟିଏ ଗାଁରୁ ଏକାଥରକେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି।
ସୂଚନାଯୋଗ୍ୟ ମାଲକାନଗିରି ଓ ନବରଂଗପୁର ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୪୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଉରକେଲାସ୍ଥିତ ଏନ୍ଆଇଟିରେ ୩ ଜଣ ଛାତ୍ରଛାତ୍ରୀ କୋଭିଡ-୧୯ ସଂକ୍ରମଣର ଶିକାର ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ିଥିବାରୁ ରାଜ୍ୟ ସରକାର କଟକଣାକୁ ଏବେ କଡ଼ାକଡ଼ିି କରିବା ଲାଗି ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।