ଭୁବନେଶ୍ୱର : ନିର୍ମାଣ ଶ୍ରମିକମାନଙ୍କୁ ୨୦୨୦ ଓ ୨୦୨୧ ଆର୍ଥିକ ବର୍ଷ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁହାଯାଇଛି। ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦରେ ପଞ୍ଜୀକୃତ ସମସ୍ତ ୨୯ ଲକ୍ଷ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଘୋଷଣା କରିଛନ୍ତି।
ଏକ ପ୍ରତିନିଧି ଦଳ ବୁଧବାର ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସିଂଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। ରାଷ୍ଟ୍ରୀୟ ମଜଦୂର୍ କଂଗ୍ରେସ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସି ନେତା ରାମକୃଷ୍ଣ ପଣ୍ଡା, ଏଚ୍ଏମ୍ଏସ ନେତା ବୀରେନ୍ଦ୍ର ପ୍ରତାପ ଦାସ, ମନୋରଞ୍ଜନ ମହାରଣା, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସି ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠୀ, ଟିୟୁସିସି ନେତା ଜ୍ୟୋତିରଞ୍ଜନ ମହାପାତ୍ର ଓ ସେୱା ପକ୍ଷରୁ ପରିଲତା ମହାପାତ୍ର, ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳଙ୍କ ସମେତ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ଓ ରାଜକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/labour-1.jpg)