୨୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି। ନକ୍ସଲ ସଂଗଠନରେ ନିର୍ଯାତିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଥିଲେ। ଛତିଶଗଡ ଏବଂ ଓଡିଶାର ନକ୍ସଲମାନଙ୍କୁ ଆନ୍ଧ୍ର କ୍ୟାଡରମାନେ ଭେଦଭାଦ ଦେଖାଇ ନିର୍ଯାତନା ଦେଉଛନ୍ତି। ବିଶେଷ କରି ମହିଳାମାନଙ୍କୁ ଶୋଷଣ କରୁଛନ୍ତି। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବୁ ବୋଲି ଆତ୍ମସମର୍ପଣକାରୀ ମାଓବାଦୀମାନେ କହିଥିଲେ। ପ୍ରଶାସନ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ଗ୍ରାମର ଶତାଧିକ ନକ୍ସଲ ସମର୍ଥକ ଆଉ ନକ୍ସଲକୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।ଏମାନଙ୍କୁ ମଧ୍ୟ ପ୍ରଶାସନ ତରଫରୁ କମ୍ବଳ,ଶାଢୀ ଇତ୍ୟାଦି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର