୨୯ ଜଣ ପାଇବେ ପୁଲିସ ମେଡାଲ୍‌

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୨ ତମ ସ୍ୱାଧୀନତା ଦିବସ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପୁଲିସ ମେଡାଲ ଘୋଷଣା କରାଯାଇଛି। ସାରା ଦେଶରେ ମୋଟ ୬୭୫ ଜଣ ଏହି ମେଡାଲ୍‌ ପାଉଥିବାବେଳେ ଓଡ଼ିଶାରୁ ୨୯ ଜଣ ପୁଲିସ ଅଧିକାରୀ ଏହି ପଦକ ପାଇବେ। ଏଥି ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୪ ଜଣ ପୁଲିସ ଅଧିକାରୀ ଏହି ପଦକୁ ପାଇବାକୁ ଥିବାବେଳେ ୧୧ ଜଣ ସାହସିକତା ଓ ୧୪ ଜଣ ପୁଲିସ କର୍ମଚାରୀ ପ୍ରଶଂସନୀୟ ସେବା ପଦକ ପାଇବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଉଲ୍ଲେଖନୀୟ ସେବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଏଡିଏସ୍‌ପି ସରୋଜ କୁମାର ରଥ, ଏଡିଏସ୍‌ପି ଜ୍ଞାନ ରଂଜନ ମହାନ୍ତି, ଭିଜିଲାନ୍ସ ଏଡିଏସ୍‌ପି ଏମ୍‌ ରାଧାକ୍ରିଷ୍ଣା, ଭିଜିଲାନ୍ସ ଏସ୍‌ଆଇ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ପଦକ ପାଇବେ।

ସେହିପରି ସାହସିକତା ପାଇଁ ଏଡିଏସ୍‌ପି ନିରଂଜନ ସାହୁ, ଏସ୍‌ଆଇ ଉମେଶ କୁମାର ସିଂହ, କନ୍‌ଷ୍ଟେବଲ ହରିବନ୍ଧୁ କିରସାନି, କନ୍‌ଷ୍ଟେବଲ ଭୀଷ୍ମ କରଆଁ, କନ୍‌ଷ୍ଟେବଲ ସାମନ୍ତ ମାଝୀ, କନ୍‌ଷ୍ଟେବଲ ରାକେଶ କୁମାର ସ୍ୱାଇଁ, କନ୍‌ଷ୍ଟେବଲ ଅଜୟ ବେହେରା, ସରଜେଣ୍ଟ ଜ୍ୟୋତି କୁମାର କିରୋ, ଡେପୁଟି ସୁବେଦାର ସୌମ୍ୟରଂଜନ ଦାଶ, କନ୍‌ଷ୍ଟେବଲ ଧନେଶ୍ୱର ମାଝୀ, ହାବିଲଦାର ଭକ୍ତପ୍ରିୟ ସାହୁ ପ୍ରମୁଖ ପଦକ ପାଇବେ।

ପ୍ରଶଂସନୀୟ ସେବା ପଦକ ପାଇବେ ଓଏସ୍‌ପି ଅଷ୍ଟମ ବାଟାଲିୟନ୍‌ର କମାଣ୍ଡାଣ୍ଟ ଉଦୟ କୁମାର ରଥ, ଆଇଆର୍‌ବି କମାଣ୍ଡାଣ୍ଟ୍‌ ଜବାହାର ମୋହନ ପଟେଲ୍‌, ଆଇଆରବିର କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍‌ପି ଏସ୍‌ଆଇଡବ୍ଲ୍ୟୁ ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମ୍‌ବ୍ରାଞ୍ଚର ଏଡିସିପି ରାଧା ବିନୋଦ ପାଣିଗ୍ରାହୀ, ପୁଲିସ ତାଲିମ ଏକାଡେମିର ଉଦୟଭାନୁ ମିଶ୍ର, ଗୁଇନ୍ଦା ବିଭାଗର ବୃନ୍ଦାବନ ଘଡ଼େଇ, ଭିଜିଲାନ୍ସର ସରୋଜ କୁମାର ସାମଲ, ଭିଜିଲାନ୍ସର ରବୀନ୍ଦ୍ର କୁମାର ପଣ୍ଡା, କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇ ମୋହିତ କୁମାର ମଲ୍ଲିକ, ଭିଜିଲାନ୍ସର ଏଏସ୍‌ଆଇ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ଓଏସ୍‌ଏପି ହାବିଲଦାର ଅମୀୟ କୁମାର ରାଉତ, କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ପ୍ରମୁଖ।

ସମ୍ବନ୍ଧିତ ଖବର