ଜାତୀୟ ପୁଲିସ ପଦକ: ଓଡ଼ିଶାରୁ ୨୯ ଜଣ ମନୋନୀତ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଘୋଷଣା ହୋଇଥିବା ଜାତୀୟ ପୁଲିସ ପଦକ ପାଇଁ ଓଡ଼ିଶାରୁ ୨୯ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ମନୋନୀତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ତାଲିକା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏଏସ୍‌ପି ସରୋଜ କୁମାର ରଥ, ଏଏସପି ଜ୍ଞାନ ରଞ୍ଜନ ମହାନ୍ତି, ଏଏସପି ଏମ. ରାଧା କ୍ରିଷ୍ଣା ଓ ସବ-ଇନସପେକ୍ଟର ରମେଶ ଚନ୍ଦ୍ର ନାୟକ ଜାତୀୟ ପୁଲିସ ପଦକ ଗ୍ରହଣ କରିବେ।

ସାହସିକତା ପାଇଁ ଏଏସପି ନିରଞ୍ଜନ ସାହୁ, ଏଏସଆଇ ଉମେଶ କୁମାର ସିଂହ, କନଷ୍ଟେବଲ ହରିବନ୍ଧୁ କିର୍ସାନୀ, ଭୀଷ୍ମ କରୁଅାଁ, ସାମନ୍ତ ମାଝୀ, ରାକେଶ ସ୍ୱାଇଁ, ଅଜୟ ବେହେରା, ସର୍ଜେଣ୍ଟ ଜ୍ୟୋତି କୁମାର କିରୋ, ଡେପୁଟି ସୁବେଦାର ସୌମ୍ୟରଞ୍ଜନ ଦାଶ, କନଷ୍ଟେବଲ ଧନେଶ୍ୱର ମାଝୀ ଓ ହାବିଲଦାର ପ୍ରିୟ ସାହୁ ପଦକ ପାଇବେ।

ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ୮ମ ବାଟାଲିଅନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥ, କନ୍ଧମାଳ ୭ମ ବାଟାଲିଅନ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ, ଭଞ୍ଜନଗର ୮ମ ବାଟାଲିଅନ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍‌ପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚ ଏଏସପି ରାଧା ବିନୋଦ ପାଣିଗ୍ରାହୀ, ଡିଏସପି ଉଦୟଭାନୁ ମିଶ୍ର, ଡିଏସପି ବୃନ୍ଦାବନ ଘଡେଇ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ, ଡିଏସ୍‌ପି ରବୀନ୍ଦ୍ର ପଣ୍ଡା, ଏଏସଆଇ ମୋହିତ ମଲ୍ଲିକ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସଆଇ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ୬ଷ୍ଠ ବାଟାଲିଅନର ହାବିଦଲଦାର ଅମୀୟ ରାଉତରାୟ ଓ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।

ସମ୍ବନ୍ଧିତ ଖବର