ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

ଭଞ୍ଜନଗର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥକାଠ ଖୋଜାଖୋଜି କରୁଥିଲେ। ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ ଚିହ୍ନଟ ହୋଇଛି।

ଠିକ୍ ସେହିଭଳି ଆଖପାଖ ରେଞ୍ଜ ତାରସିଂ ଓ ମୂଜଗଡ଼ ବାଇବାଲି ଅଞ୍ଚଳରୁ ୨୬ ଟି ଗଛ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ପ୍ରକ୍ରିୟାରେ ପୁରୀ ମନ୍ଦିର ପ୍ରଶାସନ ସେବାୟତ ସୁଦର୍ଶନ ମେକାପଙ୍କ ସହ ୬ଜଣ ସେବାୟତ, ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ରେଞ୍ଜର ବିମ୍ବାଧର ସାହୁ, କୁମର ବେହେରା ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe