ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଲାଗି ରାଜ୍ୟରୁ ୨୯୬ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁହାରରେ ସୁଧାର ଆସୁନାହିଁ। ଆଜି ପୁଣି ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି। ଏଥି ସହିତ କୋଭିଡରୁ ସୁସ୍ଥ ହୋଇଥିବା ୮ଜଣଙ୍କ ମୃତ୍ୟୁ ଘଟିଛି।
ଆଜି ଗଂଜାମ ଜିଲ୍ଲାରେ କରୋନାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ମଧ୍ୟରେ ୭୨, ୬୪ ଓ ୫୨ ବର୍ଷିଅ ପୁରୁଷ ଥିଲେ। ଏମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ।
ଆଜି ଜିଲ୍ଲାରେ ୨୨୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ପଜିଟିଭ୍ ସଂଖ୍ୟା ୧୩ହଜାର ୩୧୫ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼୍ ଯୋଦ୍ଧା ୧୮ଜଣ, ରାଜ୍ୟ ବାହାର ଫେରନ୍ତା ୮ଜଣ ଏବଂ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୦୭ଜଣ ରହିଛନ୍ତି। କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଗୁନିଆପଡ଼ାର ଜଣେ, ବ୍ରହ୍ମପୁର ମହାନଗର ଓ ରଙ୍ଗେଇଲୁଣ୍ଡାର ୩ଜଣ, ଭଞ୍ଜନଗରର ୫ଜଣ, ଛତ୍ରପୁରର ୨ଜଣ, ଗଞ୍ଜାମ, ହିଞ୍ଜଳିକାଟୁ, ଖଲ୍ଲିକୋଟ, କୁକୁଡ଼ାଖଣ୍ଡିର ଜଣେ ଲେଖାଏଁ ରହିଛନ୍ତି।
କରୋନା ମହାମାରୀ ଲାଗି ଖୋର୍ଦ୍ଧା ଜିଲ୍ଲାରୁ ୪୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୬ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, ଭଦ୍ରକ, କେନ୍ଦୁଝର ଜିଲ୍ଲାରୁ ୪-୪ ଜଣ, କେନ୍ଦ୍ରାପଡ଼ା, ବରଗଡ଼, ପୁରୀ, ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିର, ସମ୍ବଲପୁର ୨ ଜଣ ଲେଖାଏଁ ଓ ମୟୂରଭଂଜ, ନବରଙ୍ଗପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/covid-death-11_Thumb.jpg)