ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦରେ ନିଯୁକ୍ତ ହେବେ ୨୯୯ ଅଧ୍ୟାପକ

ଭୁବନେଶ୍ବର : ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦ ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସିଲେକ୍ସନ ବୋର୍ଡ ମାଧ୍ୟମରେ ୮୩୩ଟି ଅଧ୍ୟାପକ ପଦ ପୂରଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ୨୫ ତାରିଖ ପୂର୍ବାହ୍ନ ୧୦ଟାରେ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ। ନୃତତ୍ତ୍ୱ ବିଭାଗର ୨ଜଣ, ଉଦ୍ଭିଦ ବିଜ୍ଞାନର ୩୩, ବାଣିଜ୍ୟରେ ୩୬, ରସାୟନ ବିଜ୍ଞାନର ୫୪, ଅର୍ଥଶାସ୍ତ୍ରରେ ୭୦, ଭୂତତ୍ତ୍ୱରେ ଜଣେ, ଭୂଗୋଳରେ ୨, ରାଜନୀତି ବିଜ୍ଞାନରେ ୬୨, ତର୍କ ଓ ଦର୍ଶନଶାସ୍ତ୍ରର ୩୪ ଜଣ ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର