ଓଡ଼ିଶାରେ ଆଉ ୨୯୯୫ ନୂଆ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୨୯୯୫ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୨୫୮ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୭୩୭ ଟି ମାମଲା କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୨୯୯୫ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଟି ଓ କଟକ ଜିଲ୍ଲାରୁ ୧୬୬ ଟି ମାମଲା ରହିଛି ।

 

ସେହିପରି ପୁରୀରୁ ୧୪୫ଟି, ଯାଜପୁରରୁ ୯୦ଟି, ଜଗତସିଂହପୁରରୁ ୬୨, କେନ୍ଦ୍ରାପଡ଼ାରୁ ୧୩୫ଟି, ବରଗଡ଼ରୁ ୯୩, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୪୨ଟି, ମୟୁରଭଞ୍ଜରୁ ୯୨, ଝାରସୁଗୁଡ଼ାରୁ ୬୪, ନୂଆପଡ଼ାରୁ ୭୪, ସମ୍ବଲପୁରରୁ ୧୩୮, ବଲାଙ୍ଗୀରରୁ ୯୪ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୬୧ ଟି, ନବରଂଗପୁରରୁ ୬୭ଟି, କୋରାପୁଟରୁ ୪୩ଟି, ରାୟଗଡ଼ାରୁ ୧୭ଟି, ସୋନପୁରରୁ ୮୭ଟି, ଭଦ୍ରକରୁ ୨୮ଟି, ଗଂଜାମରୁ ୪୭ଟି, ଗଜପତିରୁ ୭ଟି, ନୟାଗଡ଼ରୁ ୪୪ଟି, ସୁନ୍ଦରଗଡ଼ରୁ ୧୦୧ଟି, ଢେଙ୍କାନାଳରୁ ୬୮ଟି, ମାଲକାନିଗିରିରୁ ୮୨ଟି, ଦେବଗଡ଼ରୁ ୨୦ଟି ଓ ରାଜ୍ୟପୁଲରୁ ୨୦୨ଟି ମାମଲା ଚିହ୍ନଟ ହୋଇଛି ।

୨୯୯୫ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା୨୪୦୯୯୮ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯୭୭୦ ଥିବାବେଳେ ୨୧୦୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୧୭ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ସମ୍ବନ୍ଧିତ ଖବର