ଟ୍ରାକ୍ଟର ଓଲଟି ୨ ଶ୍ରମିକ ମୃତ, ୩ ଗୁରୁତର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସୋରଡା : ସୋରଡା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମେଣ୍ଟିଆମ୍ବ ନିକଟରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି। ମୃତକଦ୍ବୟ ହେଲେ ମଠସାହିର ତ୍ରିଲୋଚନ ଦାଶ ଓ ଅଭି ନାୟକ ଏବଂ ଆହତଙ୍କ ମଧ୍ୟରେ ଭଜ ନାୟକ, ଆଦି ନାୟକ ଓ ସୂର୍ଯ୍ୟ ନାୟକ ରହିଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଇଟା ବୋଝେଇ ଟ୍ରାକ୍ଟରଟି ସୋରଡା ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ୫ ଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ। ତୁରନ୍ତ ଲୋକେ ମୃତାହତଙ୍କୁ ଉଦ୍ଧାର କରିବା ପରେ ଗାଡି ମାଲିକ ସମସ୍ତଙ୍କୁ ଆସିକା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତ୍ରିଲୋଚନ ଓ ଅଭିଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର