ଚାନ୍ଦବାଲି: ଭଦ୍ରକଜିଲ୍ଲା ଧାମରା ଅଞ୍ଚଳରେ ସମୁଦ୍ରରେ ଧୀବରଙ୍କ ଜାଲରେ ପଡ଼ିଛି ଦୁଇଟି ତେଲିଆ ମାଛ। ଗୋଟିଏ ମାଛର ଓଜନ ୨୧ କିଲୋ ଏବଂ ଅନ୍ୟଟିର ଓଜନ ୩୧ କିଲୋ ୬୦୦ ଗ୍ରାମ୍ ଥିଲା। ଧାମରା ଚାନ୍ଦିନୀପାଳସ୍ଥ କଣ୍ଟାରେ ମାଛଗୁଡ଼ିକର ଓଜନ ପରେ ନିଲାମ ହୋଇଛି।
୨୧କିଲୋର ମାଛଟିକୁ କିଲୋ ପ୍ରତି ୭ ହଜାର ୫୦୦ ଦରରେ ୧ ଲକ୍ଷ ୫୭ ହଜାର ୫ ଶହ ଏବଂ ୩୧ କିଲୋ ଓଜନ ଥିବା ମାଛକୁ କିଲୋ ପ୍ରତି ୧୪ ହଜାର ୬ ଶହ ଦରରେ ୪ ଲକ୍ଷ ୫୨ ହଜାର ୬୦୦ ଟଙ୍କା; ଏଭଳି ମୋଟ ୬ ଲକ୍ଷ ୧୦ ହଜାର ଟଙ୍କା ଦେଇ ଏକ ଔଷଧ କମ୍ପାନି କିଣି ନେଇଛି। ଉଲ୍ଲେଖଥାଉକି, ତେଲିଆ ମାଛରେ ଅନେକ ଔଷଧୀୟ ତତ୍ତ୍ବ ରହିଛି।