ବାରିପଦା: ଖୋଲା ଆକାଶ ତଳେ ଖୋଲା ମଞ୍ଚ। ଉଠୁଛି ପଡୁଛି ମୟୂରଭଞ୍ଜର ଐତିହାସିକ ଛଉ ପଡ଼ିଆ। ପାରମ୍ପରିକ ଲୋକକଥା ସହ ହିନ୍ଦୁ ଦେବାଦେବୀଙ୍କ ବିଷୟ ବସ୍ତୁକୁ ନେଇ ଗୋଟିଏ ପରେ ଗୋଟିଏ ଛଉନୃତ୍ୟ ପରିବେଷଣ ହେଉଛି। ଚୈତ୍ର ପର୍ବର ଦ୍ବିିତୀୟ ଦିନରେ ବାରିପଦାର ଉତ୍ତରସାହି ଓ ଦକ୍ଷିଣସାହି ଛଉ ନୃତ୍ୟ ଦଳ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା। ହୋଲି, ମଥୁରା ବିଜୟ, କୈଳାସ ଲୀଳା, ନଟରାଜ, ମାଖନ ଚୋରି ସପ୍ତରଥୀ ପରି ଅନେକ ନୃତ୍ୟ ପରିବେଷଣ ହୋଇଥିଲା।

Advertisment

ମଞ୍ଚ‌ ତଳେ ବସି ରହି ଏହାର ଭରପୂର ମଜା ଉଠାଇଥିଲେ ଦର୍ଶକ। ଆସନ୍ତାକାଲି ଚୈତ୍ର ପର୍ବର ଶେଷ ଦିନ। ଉଦ୍‌ଯାପନୀ ସଂଧ୍ୟ‌ାରେ ବି ଛଉ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ।