ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟା

ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟା

ଝାରସୁଗୁଡ଼ା: କଳା ଏକ ଏପରି ଶକ୍ତି ଯାହାକୁ ଜାତି, ଧର୍ମ, ବର୍ଣ୍ଣ, କ୍ଷମତା କେହି କେବେ ପ୍ରଭାବିତ କରି ପାରେନା। କଳା ଏକ କଳଙ୍କ ବିହୀନ ଶକ୍ତି ଅଟେ। ଜଣେ କଳାକାର କଳାର ଉପସନା ପାଇଁ ନିଶ୍ଚିତ କିଛି ସମୟ ଯଦି ଦେବ ତେବେ କଳାକୁ ବଞ୍ଚାଇ ରଖିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଶିଷ୍ଟ କଳାକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ରବିବାର ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ଗମାଙ୍ଗ କଳା ଓ କଳାକାରଙ୍କ ସଂପର୍କରେ ତାଙ୍କ ଅନୁଭୂତିରୁ ବିଭିନ୍ନ କଥା କହିଥିଲେ।

publive-image

ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତ, ଓର୍‌ମାସ ଅଧିକାରୀ ଭାଗ୍ୟଲକ୍ଷ୍ମୀ, ତହସିଲଦାର ବସନ୍ତ ହାତୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେଶବ ବେହେରା ମଞ୍ଚାସୀନ ଥିଲେ। ପ୍ରଫେସର ଟହଲୁ ସାହୁ ସଭା ସଂଯୋଜନା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଧନ୍ୟବାଦ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବର ଜ୍ୟୋତି କଳା ପରିଷଦର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ସମ୍ବଲପୁର ରଙ୍ଗଫରୁଆର କଳାକାର ମାନେ ମହାନଦୀର କଥା, ବ୍ରଜରାଜନଗର ମାଧବ ସଂଗୀତ ସମିତି ପକ୍ଷରୁ କୀର୍ତ୍ତିମୟ, ଗିରିଧର ଗମାଙ୍ଗ ଓ ତାଙ୍କ ଟିମ୍‌ ଦ୍ବାରା ବଜୁଆନାଚ, ପଞ୍ଜାବର ପଞ୍ଜାବୀ ରୁରାଲ ଏକାଡେମୀ ପକ୍ଷରୁ ଜିନ୍ଦୁଆ ଲୋକନୃତ୍ୟ, ବରଗଡ଼ କଳାଜୀବୀ ପକ୍ଷରୁ ଡାଲଖାଇ, ସମ୍ବଲପୁର ସ୍ବରାଜ ଏକାଡେମୀ ପକ୍ଷରୁ ଭାବର ଲହର, ରାଜସ୍ଥାନ ଷ୍ଟାର ସୋସାଇଟି ପକ୍ଷରୁ ରାଜସ୍ଥାନୀ ଲୋକନୃତ୍ୟ ତେରାତାଲି ଓ ଗଞ୍ଜାମ ଶ୍ରୀ ଚୈତନ୍ୟ ଲୋକ ନୃତ୍ୟ ପକ୍ଷରୁ ପଶୁମୁଖା ନୃତ୍ୟ ଦର୍ଶକଙ୍କୁ ଅମୋଦିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe