ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷା ଫଳ ରବିବାର ପ୍ରକାଶ ପାଇବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ବାହାରିବ। ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣ ୩ଟାରେ ଗଣଶିକ୍ଷା ବିଭାଗ ଓ ପରିଷଦର ଅଧିକାରୀମାନେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଓ ଡିଜିଲକର୍ ମାଧ୍ୟମରେ ପରୀକ୍ଷା ଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଓ ୨୬ ହଜାର ୫୨ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦ଜଣ, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଓ ୧ ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ରହିଛନ୍ତି।
ଆଜି ଯୁକ୍ତ୨ ପରୀକ୍ଷା ଫଳ
/sambad/media/post_attachments/wp-content/uploads/2022/01/CHSE-Odisha-2-Result-Link.jpeg)