ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର ୧୩ ଓ ୧୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଫର୍ମ ପୂରଣ ସମୟ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଗତ ୨୨ରୁ ୨୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫର୍ମ ପୂରଣ କରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏବେ ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆଗ୍ରହୀ ପରୀକ୍ଷାର୍ଥୀ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨ ମଧ୍ୟରେ ପରୀକ୍ଷାର୍ଥୀ ଫି’ ଦାଖଲ କରିବେ। ସେପ୍ଟେମ୍ବର ୩ରୁ ୫ ମଧ୍ୟରେ ଆନେକ୍ସ-୨, ଏସ୍ବି କଲେକ୍ଟ ରିସିପ୍ଟ ଆଦିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଜୋନାଲ୍ କାର୍ଯ୍ୟାଳୟରେ ଦାଖଲ କରିହେବ। ଜୋନ୍ କାର୍ଯ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୬ ସୁଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ବଢ଼ିଲା ଆବେଦନ ଅବଧି
/sambad/media/post_attachments/wp-content/uploads/2022/03/examsp15f.jpg)