ବିଜେଡିର ଦ୍ବିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି: ୬ଟି ଆସନରେ ଏମାନେ ଲଢ଼ିବେ ନିର୍ବାଚନ

କଟକ, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ବର: ବିଜୁ ଜନତା ‌ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି। ବିଜେଡିର ୬ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ସଂତୃପ୍ତ ମିଶ୍ର, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ଢେଙ୍କାନାଳୁ ଅବିନାଶ ସାମଲ ପ୍ରାର୍ଥୀ ହୋଇଛନ୍ତି।

ବିଜେଡି ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରୁ ଲମ୍ବୋଦର ନିଆଳ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଗଂପୁରରୁ ପ୍ରଦୀପ ମାଝୀ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାର୍ଣ୍ଡିଂ, ଆସିକାରୁ ରଂଜିତା ସାହୁ ଓ କୋରାପୁଟରୁ କୌଶଲ୍ୟା ହିକ୍‌କାଙ୍କୁ ଟିକେଟ୍‌ ଦେଇଥିଲ‌େ।

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏପର୍ଯ୍ୟନ୍ତ ୧୮ଟି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ କଟକ, କନ୍ଧମାଳ ଓ ଯାଜପୁରରେ ଦଳ ପ୍ରାର୍ଥୀ ଦେଇ ନାହିଁ। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି କଟକ, କନ୍ଧମାଳ ଓ ଯାଜପୁରରେ ପ୍ରାର୍ଥୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର