ରାଉରକେଲା: ବିନା ଛାଡ଼ପତ୍ରରେ ଦ୍ଵିତୀୟ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି | ରାଉରକେଲା ସହରର ହନୁମାନ ବାଟିକା ପରିସରସ୍ଥ ଏକ ମନ୍ଦିରରେ ଚାଲିଥିବା ବିବାହ ବେଦୀରୁ ଉଭୟ ବର କନ୍ୟାଙ୍କୁ ଉଠାଇ ଆଣିଛି ଉଦିତନଗର ଥାନା ପୁଲିସ | ପୁଲିସ ଥାନାରେ ବର କନ୍ୟାଙ୍କୁ ଅଟକ ରଖି ଉଭୟ ପରିବାରଙ୍କୁ ବୁଝାସୁଝା କରୁଛି | ଅନ୍ୟପଟେ ବିବାହ କରୁଥିବା ଆନନ୍ଦ ଶର୍ମା ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପ୍ରଥମ ସ୍ତ୍ରୀ ସରସ୍ୱତୀ ସରକାର ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ |
ପରେ ପୁଲିସ ହନୁମାନ ବାଟିକା ପରିସରରେ ପହଞ୍ଚି ବେଦୀରୁ ଉଭୟଙ୍କୁ ଉଠାଇ ଆଣିଥିଲା | ମିଳିଥିବା ସୂଚନା ମୁତାବକ ଆନନ୍ଦ ଓ ସରସ୍ୱତୀଙ୍କ ମଧ୍ୟରେ ୯ ବର୍ଷ ତଳେ ବିବାହ ହୋଇଥିବାବେଳେ ଉଭୟଙ୍କ ଔରସରୁ ଏକ କନ୍ୟା ସନ୍ତାନ ରହିଛି | ତେବେ ସରସ୍ବତୀଙ୍କ ଅଭିଯୋଗ ମୁତାବକ ବିବାହର କିଛି ଦିନ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ | କିଛି ଦିନ ହେବ ଉଭୟ ଅଲଗା ରହୁଥିବାବେଳେ ଆଜି ତାଙ୍କ ସ୍ୱାମୀ ଦ୍ଵିତୀୟ ବିବାହ କରୁଥିଲେ | ଆଉ ଏବାବଦରେ ଜାଣିବା ପରେ ସରସ୍ବତୀ ଆଜି ପରିବାରଲୋକଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/b8b91842-8ec5-4b76-8da7-df329aa8a303.jpg)