ପୁରୀ: ପୁରୀରେ ଆଉ ଗୋଟିଏ ହତ୍ୟାକାଣ୍ଡ। ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଲିଘାଟ ସୁଭଦ୍ରା ନଗରରେ ଆଜି ଦ୍ବିତୀୟ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ବଡ଼ପୁଅ ନିଜ ପରିବାରର ୪ ଜଣଙ୍କୁ ହତ୍ୟା ଉଦ୍ୟମ କରିଛି। ଏଥିରେ ମା’ର ମୃତ୍ୟୁ ଘଟିଥିବା ବେଳେ ବାପା ଓ ଭାଇଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ୩ ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଝୁନିଲତା ଦୀକ୍ଷିତ। ଅଭିଯୁକ୍ତର ନାଁ ହେଲା ବିଷ୍ଣୁ ପ୍ରସାଦ ଦୀକ୍ଷିତ।
ସୂଚନା ଅନୁସାରେ ତାଳବଣିଆ ବ୍ରିଜ୍ ସମ୍ମୁଖରେ କୃଷ୍ଣ ପ୍ରସାଦ ଦୀକ୍ଷତଙ୍କ ଏକ ଗ୍ୟାରେଜ ରହିଛି। ଗ୍ୟାରେଜ ପରିଚାଳନା ପାଇଁ ବଡ଼ପୁଅ ବିଷ୍ଣୁ ପ୍ରସାଦଙ୍କ ସମେତ ଅନ୍ୟମାନେ ମଧ୍ୟ ବସିଥାନ୍ତି। ପାରିବାରିକ ଅଶାନ୍ତି କାରଣରରୁ ଆଜି ସକାଳୁ ବିଷ୍ଣୁ ପ୍ରସାଦ ଦୀକ୍ଷିତ ନିଜ ବାପା, ମା’ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କୁ ଆକ୍ରମଣ କରିଥିଲା। ଏଥିରେ ମା’ର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟମାନେ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଝୁନିଲତା ଦୀକ୍ଷିତଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପରିବାରର ମୁଖ୍ୟ କୃଷ୍ଣପ୍ରସାଦ ଦୀକ୍ଷିତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ବଡ଼ପୁଅ ବିଷ୍ଣୁପ୍ରସାଦ ଦୀକ୍ଷିତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଆଜି ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୃବୁର୍ତ୍ତଙ୍କ ଗୁଳିମାଡରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଛି। ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଦେହରେ ୪ଟି ଗୁଳି ବାଜିଥିଲା। ମୁଣ୍ଡର ସାମ୍ନାରେ ଗୋଟିଏ ଗୁଳି ବାଜିଥିଲା। ପଛପଟ ଓ ଛାତିରେ ମଧ୍ୟ ଗୁଳି ବାଜିଥିଲା। ପୁଲିସ ଘଟଣାସ୍ଥଳରୁ ୪ଟି ଖୋକା ମଧ୍ୟ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Mother-Died-on-Son-Attacks_Father-Brother-Serious-Injuredl_Thumbnail.jpg)