ବାଲେଶ୍ବର: ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ତରଫରୁ ବାଲେଶ୍ବର ରେଳ ଷ୍ଟେସନରେ ଆଜି ୱାନ୍ ଷ୍ଟେସନ, ୱାନ୍ ପ୍ରଡକ୍ଟ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ବାଲେଶ୍ବରର ସୁନିତା ମାହଲଙ୍କୁ ଷ୍ଟଲ ପ୍ରଦାନ କରାଯାଇଛି।
ଏହି ଷ୍ଟଲକୁ ଷ୍ଟେସନ୍ ମ୍ୟାନେଜର ବିକାଶ ରଂଜନ ବେରା, କମରସିଆଲ ଇନ୍ସପେକ୍ଟର ସାହାଉଦ୍ଦିନ ସାହା ଓ ଅନ୍ୟାନ୍ୟ ରେଳ କର୍ମଚାରୀ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଷ୍ଟଲରେ ନଡ଼ିଆକତାରୁ ନିର୍ମିତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳିବ। ଆଜି ଏହି ଷ୍ଟଲରୁ ୨ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଯାତ୍ରୀ କିଣିଥିଲେ। ଆସନ୍ତା ୧୫ ଦିନ ପରେ ଅନ୍ୟ ବ୍ୟବସାୟୀଙ୍କୁ ଷ୍ଟଲ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/6-6.jpg)