ନୂଆଦିଲ୍ଲୀ: ଦ୍ବି୍ତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ୩ଲକ୍ଷ ୩୪ହଜାର ୫୩୪ଟି କୋଭିସିଲ୍ଡ ଟିକା । ପୁନେରୁ ସ୍ପାଇସ ଜେଟ ବିମାନରେ ଆସି ଟିକା ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ ସୁରକ୍ଷିତ ଭାବେ ୩ଟି ସ୍ବତନ୍ତ୍ର ଗାଡ଼ିରେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରକୁ ଅଣାଯାଇଛି। ୨୮ଟି ପ୍ୟାକେଟରେ ଆସିଥିବା କୋଭିସିଲ୍ଟ ଟିକାକୁ ୩ ଦିନ ପରେ ବିଭିନ୍ନ ଜିଲ୍ଲାକୁ ପଠାଯିବ।
/sambad/media/post_attachments/wp-content/uploads/2021/01/SECOND-PHASE-covishield.jpg)
ଏହା ପୂର୍ବରୁ ଜାନୁଆରି ୧୨ରେ ପ୍ରଥମେ ଓଡ଼ିଶାକୁ କୋଭିସିଲ୍ଡ ଟିକା ଆସିଥିଲା। ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର ଡୋଜ୍ ଓଡ଼ିଶା ଆସିଥିଲା। ଜାନୁଆରି ୧୨ ତାରିଖ ଅପରାହ୍ନରେ ସ୍ପାଇସ୍ ଜେଟ୍ର ଏକ ସ୍ବତନ୍ତ୍ର ବିମାନ(ଏସ୍ଜି ୭୪୬୬) ୧୨ଶହ କେଜିର ୩୪ଟି ପ୍ୟାକେଟ୍ରେ ରହିଥିବା ଟିକାକୁ ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରୁ କଡ଼ା ସୁରକ୍ଷା ଭିତରେ ଏହି ଟିକା ପ୍ୟାକେଟ୍କୁ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରକୁ ଅଣାଯାଇଥିଲା।
DNA Indiaପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ୯,୦୦୦ ହିତାଧିକାରୀ ଭାରତ ବାୟୋଟେକ୍ ଦ୍ବାରା ନିର୍ମିତ କୋଭାକ୍ସିନ ଟିକା ନେବା ସହ ଅନ୍ୟ ଜିଲ୍ଲାରେ ୧୮୩୫୫୫ଜଣ ହିତାଧିକାରୀ କୋଭିସିଲ୍ଡ ଟିକା ନେବାର ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/SECOND-PHASE-covishield-19_thumb.jpg)