ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି | ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୦ ପ୍ରତିଶତରୁ ଅଧିକ ରହିଛି | ସମସ୍ତ ବୁଥରୁ ତଥ୍ୟ ହସ୍ତଗତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ | ରାଜ୍ୟରେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତିା

Advertisment

ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଗୋଷ୍ଠୀ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିଥିବାରୁ ସମସ୍ତ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାଧୁବାଦ ଜଣାଇଛନ୍ତିା ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା | ଯୁବ କର୍ମଚାରୀ ପରିଚାଳିତ ବୁଥ୍, ମହିଳା କର୍ମଚାରୀ ପରିଚାଳିତ ବୁଥ୍, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା | ଅନେକ ବୁଥରେ ସ୍ଥାନୀୟ ଚିତ୍ରକଳା, ଜନଜାତି ଥିମ ଦେଖିବାକୁ ମିଳିଥିଲା | ସମସ୍ତ ବୁଥରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀ ପ୍ରୟାସ କରିଥିଲେ |