ଜୟପୁର: ଜାତୀୟ ଆଇନସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତଥା କୋରାପୁଟ, କୋଟପାଡ, ବୋରିଗୁମ୍ମା, ଲକ୍ଷ୍ମୀପୁର, ଦଶମନ୍ତପୁର, ସେମିଲିଗୁଡା, ଲମତାପୁଟ ର ବିଭିନ୍ନ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ମକଦ୍ଦମା ମାମଲା ଗୁଡିକ ର ସମାଧାନ କରାଯାଇଥିଲା । ଜିଲ୍ଲା ବିଚାରାଳୟ ପରିସର ଜୟପୁର ତଥା କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ବିଚାରାଳୟ ପରିସର ରେ ୨୦୨୩ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ମକଦ୍ଦମା ମାମଲା ଗୁଡିକ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ କରାଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇଥିଲା ।
ଜୟପୁର ର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ର, ସ୍ୱତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଇ.ବିଘ୍ନେଶ୍ୱର ରାଓ, ପରିବାର ଅଦାଲତର ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋସ୍କ ଅଦାଲତ ସି.ଏଚ. ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି, ସି.ଜେ.ଏମ୍, ଦିଲ୍ଲୀପ କୁମାର ସାହୁ, ରେଜିଷ୍ଟ୍ରାର ସିଭିଲକୋର୍ଟ ବି.ପ୍ରସାଦ ଦେବତା, ରେଖାରାଣୀ ପଠା, ବରିଷ୍ଠ ଦେୱନୀ ବିଚାରପତି ତଥା ସହାୟକ ଦୌରା ଜଜ୍ ଅଞ୍ଜଳୀ ମାଛଖଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମନ ଜେନା ଏସ୍.ଡି.ଜେ.ଏମ୍ ସଞ୍ଜୟ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ, ଦଣ୍ଡାଧିକାରୀ ଆଦର୍ଶ କୁମାର ବେହେରା ଉପସ୍ଥିତ ରହି ମକଦ୍ଦମା ସମାଧାନ କରିଥିଲେ ।
ଏଥିରେ ଜୟପୁର ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନ ଜୀବୀ ଶଶାନନ୍ଦ ମିଶ୍ର, ପି.ଇଶ୍ୱର ରାଓ, ଆନନ୍ଦ ରଥ, ସୁଧିର କୁମାର ପାଢୀ, ଗୋପବନ୍ଧୁ ସାନ୍ତ୍ରା, ସୁନିଲ କୁମାର ମହାନ୍ତି, ଜ୍ୟୋତିରଞ୍ଜନ ପୁଜାରୀ, ଗିରିଧର ଖରା, ଏସ.ଏମ. ଦିନବନ୍ଧୁ , ନିର୍ଭିକ ସାମନ୍ତରାଏ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ କେଶ ଗୁଡିକର ସମାଧାନ କରିବାରେ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ମୋଟ ୭୯ କ୍ରୀମିନାଲ କମ୍ପାଉଣ୍ଟେବଲ ମଧ୍ୟରୁ ୦୫ ଟି ଫୈସଲା ହୋଇଥିଲା। ଏନ.ଆଇ.ଆ ୭୩ ଟି ମଧ୍ୟରୁ ୨୫ ଟି ଫୈସଲା ହୋଇ ୧୦୪୬୮୪୮୩ ଟଙ୍କା ଧାର୍ଯ୍ୟ ହୋଇଥିଲା। ବ୍ୟାଙ୍କ ମାମଲା ୯୮ ଟି ମଧ୍ୟରୁ ୦୯ ଫୈସଲା ହୋଇ ୬୬୨୭୫୯ ଟଙ୍କା ଧାର୍ଯ୍ୟ ହୋଇଥିଲା।
ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ୧୮୪ ଟି ମଧ୍ୟରୁ ୨୩ ଟି ଫୈସଲା ହୋଇ ୧୨୧୩୦୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଶ୍ରମବିବାଦ, ପାରିବାରିକ ବୈବାହିକ ମାମଲା ୧୯ ମଧ୍ୟରୁ ୧୩ ଟି ଫୈସିଲା ହୋଇ ୧୫୩୪୦୦ ଟଙ୍କା ଓ ଅନ୍ୟାନ୍ୟ ସିଭିଲ୍ କେଶ୍ ୩୮ଟି ମଧ୍ୟରୁ୧୮ଟି ଫୈସଲା କରାଯାଇ ୫୦୦୦୦୦ ଟଙ୍କା , ଗ୍ରାହକ ବିବାଦ ୧୦ ମଧ୍ୟରୁ ୦୧ ଫୈସଲା କରାଯାଇଥିଲା। ଅନ୍ୟାନ୍ୟ କ୍ରିମିନାଲ ବିବାଦ ମଧ୍ୟରେ ୧୮୧ ମଧ୍ୟରୁ ୬୧ଟି ଫୈସଲା କରାଯାଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ତହସିଲ ଓ ରାଜସ୍ୱ ବିଭାଗ ଦ୍ୱାରା ୨୬୪୧ ମାମଲା ମଧ୍ୟରୁ ୨୫୬୮ ଫୈସଲା କରାଯାଇ ୨୯୭୪୪୮ ଟଙ୍କା ଆଦାୟ କରାଯାଇଥିଲା। ଏବଂ ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀ ଦାୟର ହୋଇନଥିବା) କେଶ୍ ମଧ୍ୟରେ ବ୍ୟାଙ୍କ ବିବାଦ ଓ ଅନ୍ୟ ମକଦ୍ଦମା ବିବାଦ ୧୭୭୫ ମାମଲା ମଧ୍ୟରୁ ୨୩୪ ଟି ସମାଧାନ କରାଯାଇ ୭୭୬୬୫୮୧/- ଟଙ୍କା ଧାର୍ଯ୍ୟ କରାଯାଇଥିଲା।