ଏନ୍‌ଏଫ୍‌ଏସ୍‌ଏରେ ୩.୭୬ କୋଟି ହିତାଧିକାରୀ ସାମିଲ

ଭୁବନେଶ୍ବର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ୨୦୧୩ରେ ଓଡ଼ିଶାର ୩ କୋଟି ୭୬ଲକ୍ଷ ୫୯ହଜାର ୬୪୮ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)‌ରେ ୯ଲକ୍ଷ ୭୬ହଜାର ୨୮୧ଜଣ ହିତାଧିକାରୀ ଉପକୃତ ହେଉଛନ୍ତି। ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ୯୯ହଜାର ୧୨୧ ଆବେଦନପତ୍ର ହସ୍ତଗତ ହୋଇଛି। ଏସ୍‌ଏଫ୍‌ଏସ୍‌ଏସ୍‌ ଯୋଜନାରେ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଇ ଦିଆଯାଉଛି। ଏବାବଦକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୯୦.୦୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାନସଭାରେ ଉତ୍ତର ରଖିଛନ୍ତି।

ସମ୍ବନ୍ଧିତ ଖବର