ଟ୍ରକ୍‌ ଚଢ଼ାଇ ୨ ଜଣଙ୍କୁ ହତ୍ୟା ମାମଲା : ଟ୍ରକ୍‌ ସହ ୩ ଅଭିଯୁକ୍ତ ଗିରଫ

ଜଗନ୍ନାଥପ୍ରସାଦ : ଟ୍ରକ୍‌ ଚଢ଼ାଇ ୨ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଟୁକୁ ପାଢ଼ୀ, ଧନୁ ଦାସ ଓ ଜଗା ପାଣିଗ୍ରାହୀ। ଗତ ୧୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଥାନାକୁ ଅଭିଯୋଗ ଦେବାକୁ ବାଇକ୍‌ରେ ଯାଉଥିବାବେଳେ ସ୍ଥାନୀୟ ଚଢିଆପଲ୍ଲୀର ରାମ ଗୌଡ଼ ଓ କୃଷ୍ଣ ନାଇକଙ୍କୁ ୨୧ ନମ୍ବର ରାଜ୍ୟ ରାଜପଥରେ ଟ୍ରକ୍‌ ଚପାଇ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଟ୍ରକ୍‌କୁ ନେଇ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ୨ଟି ଟିମ୍‌ ଗଠନ କରିଥିଲା। ଘଟଣାର ସପ୍ତାହକ ପରେ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସଫଳ ହୋଇଛି।

ସମ୍ବନ୍ଧିତ ଖବର