ସୋର: ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ ଫ୍ରେଣ୍ଡସ କଲୋନୀର ସିଦ୍ଧାର୍ଥ ଗୌତମ ମହାନ୍ତି ନାମକ ଜଣେ ସାମ୍ବାଦିକଙ୍କ ଘରେ କାମ କରୁଥିଲେ। ଗତ ମଇ ମାସ ୨୯ ତାରିଖରେ ଘରେ କେହି ନଥିବାର ସୁଯୋଗ ନେଇ ମଦନ ତାଙ୍କ ଘରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ବାବଦରେ ଗୌତମ ନିୟୁ ଫ୍ରେଣ୍ଡସ କଲୋନୀ ଥାନାରେ ଏକ ଅଭିଯୋଗ କରିଥିଲେ। ପରେ ଦିଲ୍ଲୀ ପୁଲିସ ୧୩୩/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସୋରରେ ପହଞ୍ଚିଥିଲେ।
/sambad/media/post_attachments/wp-content/uploads/2024/06/a8b5ce44-aaf9-49ee-95ef-be839ba950cc-225x300.jpeg)
୧୫ ଦିନରୁ ଅଧିକ ଦିନ ସୋରରେ ରହି ସୋର ପୁଲିସ ସହାୟତାରେ ମଦନ ସମେତ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ସୋର ଥାନା ରଘୁନାଥପୁର ଗ୍ରାମର ଫ୍ରଫୁଲ୍ଲ ଦାସ ଓ ସେହି ଗ୍ରାମର ଅରୁଣ ଦାସଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା ଓ ୭୮ ଲକ୍ଷର ଗହଣା ଜବତ କରିଥିଲେ। ଆଜି ସେମାନଙ୍କୁ ଦିଲ୍ଲୀ ନେଇଯାଇଥିବା ଜଣାପଡ଼ିଛି। ତେବେ ଗହଣା ବିକ୍ରି କରିଥିବା ଦୁଇଜଣ ଅଳଙ୍କାର ଦୋକାନୀ ସୋର ଥାନା ଈଶ୍ୱରପୁର ବାଙ୍କୀପଦା ଗ୍ରାମର ହରିଶ ଚନ୍ଦ୍ର ରଣା ଓ ତାଙ୍କ ମାମୁଁ ଇରମ ଅଞ୍ଚଳର ବାବୁ ସାହୁ ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ମଧ୍ୟ ଖୋଜୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/89800069-7fc9-4277-a546-3b70a6cba70d-1.jpeg)