ଗଣଦୁଷ୍କର୍ମ ମାମଲା: ୩ ଜଣଙ୍କୁ ୨୦ ବର୍ଷ ଜେଲ୍‌

ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅଧୀନରେ ୨୦୧୫ ମସିହାର ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାରେ ଆଜି ଝାରସୁଗୁଡ଼ା ସ୍ବତନ୍ତ୍ର ଜଜ୍‌ କୋର୍ଟ ୩ ଜଣଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଗତ ୨୦୧୫ ଜୁନ ୨୩ତାରିଖ ଅପରାହ୍ଣ ୧ ଟାରେ ପୀଡ଼ିତା ଯୁବତୀ ନିକଟସ୍ଥ ଡୁଙ୍ଗୁରିକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଗ୍ରାମର ରମାକାନ୍ତ ନାଏକ, ତ୍ରିନାଥ ଓରଫ୍‌ ପ୍ରକାଶ ନାଏକ ଓ ବବୁଲୁ ମିର୍ଦ୍ଧା ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ବନହରପାଲି ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କ ବିରୋଧରେ ୩୭୬ ଡି ଓ ଏସ୍‌ସି ଏସ୍‌ଟି (ପିଓଏ)ର ସେକସନ୍‌ ୩ (୨)(ଭି) ଦାୟର କରାଯାଇଥିଲା। କୋର୍ଟରେ ଏହି ମାମଲାର ବିଚାର କରି , ୧୯ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ସ୍ବତନ୍ତ୍ର ଜଜ୍‌ ତଥା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ ହରପ୍ରସାଦ ପଟ୍ଟନାୟକ ୩ ଜଣଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏ ସମ୍ପର୍କରେ ପବ୍ଲିକ ପ୍ରୋସିକ୍ୟୁଟର ସତପାଲ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର